ଲେଡି ସ୍ବାର୍ଗୀୟା ଇନ୍ଦିରା ଗାନ୍ଧୀଙ୍କର ୧୦୪ ତମ ଜନ୍ମ ଦିବସ

ବାରିପଦା : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ସ୍ବାର୍ଗୀୟା ଇନ୍ଦିରା ଗାନ୍ଧୀଙ୍କର ୧୦୪ ତମ ଜନ୍ମ ଦିବସ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାରିପଦା ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଶ୍ରୀମତୀ ଗାନ୍ଧୀ ଙ୍କର ବଳିଷ୍ଠ ନେତୃତ୍ବ କଂଗ୍ରେସ ଦଳକୁ ମଜବୁତ କରିବା ସଙ୍ଗେ ସଙ୍ଗେ ଦେଶରେ ଅନେକ ଗୁରୁତ୍ତ୍ୱପୂର୍ଣ କାର୍ଯ୍ୟ କରିଯାଇଛନ୍ତି, ଯାହାକି ଆମ ସମସ୍ତଙ୍କ ପାଇଁ ଆଉ ଆଗାମୀ ପିଢ଼ି ପାଇଁ ଚୀର ସ୍ମରଣୀୟ ହୋଇ ରହିବ। ତାଙ୍କର ଦୃଢ଼ ଶାସନ ସମୟରେ ପାକିସ୍ତାନ ଠାରୁ ଅଲଗା କରି ବାଂଲାଦେଶ ଗଠନ କରିଥିଲେ । ବ୍ୟାଙ୍କ ଜାତୀୟ କରଣ ଠାରୁ ରାଜା ମାନଙ୍କର ଭତ୍ତା କାଟ ଭଳି ପଦକ୍ଷେପ ତାଙ୍କରି ସମୟରେ ହିଁ ସମ୍ଭବ ହୋଇଥିଲା ବୋଲି ବିଭିନ୍ନ ବକ୍ତାମାନେ ପ୍ରକାଶ କରିଥିଲେ । ଏହି ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ, ବରିଷ୍ଠ ନେତା ବିଜନ ଦାସ, ମହିଳା ସଭାନେତ୍ରୀ ସସ୍ମିତା ଘୋସାଲ, ଆଇନ ସେଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ, ଟାଉନ ସଭାପତି ଶ୍ରୀ ଶାନ୍ତନୁ ପାଲ, ଉପସଭାପତି ଅରବିନ୍ଦ ଦାସ, ପୂର୍ବତନ ରାଜ୍ୟ ସଂପାଦକ ତଥା ମୂଖପାତ୍ର ଯୋଗେଶ ଅଗ୍ରୱାଲ, ଜିଲ୍ଲା କୋଷାଧ୍ୟକ୍ଷ ଦୀପକ ଦାଶ, ଜିଲ୍ଲା ସଂପାଦକ ସୁଦୀପ ମନ୍ତ୍ରୀ,କିଷାନ ନେତା ବୁଧୁରାମ ସିଂ, ଯୁବନେତା ରତନ ଲାଲ ଶର୍ମା, ସ୍ବାଗନ ଦାସ, ନିର୍ମଳ ପ୍ରଧାନ, ହରିଶଙ୍କର ଦାସ, ମହିଳା ନେତ୍ରୀ ଇତିଶ୍ରୀ ମିଶ୍ର, ଶୁଭସ୍ମିତା ଦାସ, ରଶ୍ମିତା ମିଶ୍ର, କାର୍ତ୍ତିକ ମହାନ୍ତ, ଅଜୟ ପଣ୍ଡା, ମନୋଜ ଦାସ, ଅମୁଲ୍ୟ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ମୟୁରଭଂଜ ରୁ ମାନଗୋବିନ୍ଦ ପାଣଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )