ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଓ ପ୍ରତିଯୋଗିତା ଅନୁଷ୍ଠିତ

0 2

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଞ୍ଚାୟତ ଲୋକକଳା ଗ୍ରାମ କର୍ତ୍ତଙ୍ଗ ଠାରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଜ୍ୟୋତିରଂଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଏବଂ ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଶାଶ୍ୱତ କୁମାର ତ୍ରିପାଠୀ ଙ୍କ ସହଯୋଗ ରେ ଏହି ଦିନ ସକାଳ ୯ ଘଣ୍ଟା ସମୟରେ ମାଁ ପୂର୍ଣ୍ଣମାସୀ ସାଂସ୍କୃତିକ ସଂସଦ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବିନିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବ୍ୟାସଦେବ ବେହେରା ଏବଂ ସମ୍ମାନିତ ଅତିଥି ଭାବରେ ବିନିକା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନନ୍ଦ ଯୋଗଦେଇଥିଲେ l ସ୍ଥାନୀୟ ଅଙ୍ଗନବାଡି କର୍ମୀ ଏବଂ ଗ୍ରାମର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଟୀ ଓ ଗ୍ରାମର ଅନେକ ମହିଳା ଙ୍କ ମଧ୍ୟରେ ଝୋଟି ଚିତା, ହୁଳହୁଳି, ପିଠାପଣା, ଲଷ୍ମୀ ପୁରାଣ ପଠନ, ଓଡ଼ିଆଣୀ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଦର୍ଶକଙ୍କ ପାଇଁ ଅପରାହ୍ନ 4 ଘଣ୍ଟା ସମୟରେ ଭଜନ ସମାରୋହ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ଏଥିରେ ଶ୍ରେଷ୍ଠ ବିବେଜିତା ହୋଇଥିବା ପ୍ରତିଯୋଗୀ ଙ୍କୁ ଅତିଥିଗଣ ମାନପତ୍ର ଦେଇ ପୁରସ୍କୃତ କରିଥିଲେ l ଓଡ଼ିଆଣୀ ବେଶ ପ୍ରତିଯୋଗିତାରେ ସୁରଚୀ ବେହେରା ପ୍ରଥମ, ରୀନା ପୁରୋହିତ ଦ୍ଵିତୀୟ, ସଂଯୁକ୍ତା ସାହୁ ତୃତୀୟ, ମଣ୍ଡାପୀଠା ପ୍ରସ୍ତୁତି ପ୍ରତିଯୋଗିତାରେ ସନ୍ତୋଷିନୀ ସାହୁ ପ୍ରଥମ, ସୁନିତା ବେହେରା ଦ୍ଵିତୀୟ, ମମତା ନାୟକ ତୃତୀୟ, ଝୋଟିପ୍ରତିଯୋଗିତା ରେ ରାଜଲଷ୍ମୀ ପଟ୍ଟନାୟକ ଓ ମେନକା ବସ୍ତିଆ ପ୍ରଥମ, ବବିଚୌଧୁରୀ, ତର ମେଲ୍ଲୀ, ସୁରଚୀ ବେହେରା, ରଶ୍ମିତା ବାଘ, ମାନିନୀ ରଥ ଦ୍ଵିତୀୟ, ଗୀତାଞ୍ଜଳି ପ୍ରଧାନ ତୃତୀୟ, ସେହିପରି ହୁଳହୁଳି ପ୍ରତିଯୋଗୀତାରେ ରଜନୀ ଅଗ୍ରୱାଲ ପ୍ରଥମ, ଦମୟନ୍ତୀ ପାତ୍ର ଦ୍ଵିତୀୟ, ଓ ଗୁରୁବାରୀ ପାତ୍ର ତୃତୀୟ ହୋଇଥିବା ବେଳେ ଲଷ୍ମୀପୁରାଣ ପଠନ ପ୍ରତିଯୋଗିତାରେ ସୁମତି ବେହେରା ପ୍ରଥମ, କୌଶଲ୍ୟା କଠାର, ଓ ରୀନା ପୁରୋହିତ ତୃତୀୟ ସ୍ଥାନ ଅଧିକାରକରିଥିଲେ l ଏହି କାର୍ଯ୍ୟକ୍ରମକୁ ଦଶରଥ ପ୍ରଧାନ, ଦଧିବାବନ ମହାକୁର, ମନୋରଞ୍ଜନ ପ୍ରଧାନ, ଅଶ୍ୱିନୀ ସାହୁ, ଭବାନୀ ଶଙ୍କର କର୍ମୀ, ସନତ ବସ୍ତିଆ, ଦୁଃଖନାଶନ ଦେବତା, ସୁଶାନ୍ତ ବସ୍ତିଆ, ପ୍ରଦୀପ ବାରିକ, ନିରାକାର ଦେହେରୀ, ରାଧେଶ୍ୟାମ ବାଘ ଓ ଗ୍ରାମର ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.