ଲୋକକଳା ଗ୍ରାମ କର୍ତ୍ତଙ୍ଗ ରେ ମା ମାହେଶ୍ୱରୀଙ୍କ ମହାଖଳା ପୂଜା ଅନୁଷ୍ଠିତ l

0 3

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଲୋକକଳା ଗ୍ରାମ କର୍ତ୍ତଙ୍ଗ ରେ ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀ ଙ୍କ ପୀଠରେ ପୌରାଣିକ ପରମ୍ପରା ଅନୁଯାୟୀ ମହାଖଳା ପୂଜା ଅନୁଷ୍ଠିତ ହୋଇଯାଇଛି l କରୋନା କଟକଣା ନୀତିନିୟମ କୁ ପାଳନ କରି ଏହି ମହାଖଳା ପୂଜା ଅନୁଷ୍ଠିତ ହୋଇଛି l ପାର୍ବଣ ମାସରେ ଷୋହଲ ପୂଜା ପରେ ଆଶ୍ୱିନ ମାସ ପୁର୍ଣିମା ( କୁମାର ପୁର୍ଣିମା ) ରେ ମା ମାହେଶ୍ୱରୀ ଙ୍କ ମହାଖଳା ପୂଜା ଅନୁଷ୍ଠିତ ହୋଇଥାଏ l ପ୍ରକାଶ ଥାଉକି, ମା ମାହେଶ୍ୱରୀ ହେଉଛନ୍ତି ଡ଼ୁମାଳ ମାନଙ୍କର ଇଷ୍ଟ ଦେବୀ l ସମସ୍ତ ରୀତିନୀତି ଅନୁଯାୟୀ ମା ଙ୍କ ପୂଜା ସମାପନ ହୋଇଥିବା କମିଟିର ସଭାପତି ଦଧିବାବନ ମହାକୁର ଓ ସମ୍ପାଦକ ଅଶ୍ୱିନୀ ସାହୁ ସୂଚନା ଦେଇଛନ୍ତି l ଏଥିରେ ମୁଖ୍ୟ ପୂଜକ ଭାବରେ ବେଲାରସେନ ଦେହେରୀ ଏବଂ ମୁଖ୍ୟ ପରିଚାଳନା କମିଟି ର ସର୍ବଶ୍ରୀ ଶିବ ପାଣିଗ୍ରାହୀ, ତୀର୍ଥବାସୀ ଦେହେରୀ, ସୁଶାନ୍ତ ବସ୍ତିଆ, ଭବାନୀ ଶଙ୍କର କର୍ମୀ, ଦୁଃଖନାଶନ ନାଗ, ମନୋରଞ୍ଜନ ପ୍ରଧାନ, ବୀରେନ୍ଦ୍ର ବସ୍ତିଆ, କୈଳାଶ ମହାକୁର, ନୀଳକଣ୍ଠ କର୍ଣ୍ଣ ସୁବ୍ରତ ପାତ୍ର, ଲଷ୍ମଣ ବାଘ, ପ୍ରଫୁଲ୍ଲ ପ୍ରଧାନ ଓ କର୍ତ୍ତଙ୍ଗଗ୍ରାମବାସୀ ବୃନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlଵଧାନ ରେ ଏବଂ ସମସ୍ତ ଙ୍କ ପୂର୍ଣ୍ଣ ସହଯୋଗ ରେ ମହାଖଳା ପୂଜା ସମ୍ପୂର୍ଣ୍ଣ ହୋଇଥିଲା l

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.