ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧ ପ୍ରତିଯୋଗିତା
ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ସୁବର୍ଣ୍ଣପୁର ଜିଲ୍ଲା କଳା ସଂସ୍କୃତି ସଂଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି ୨୦୨୧ ପ୍ରତିଯୋଗିତା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାସ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଗୁରୁତ୍ୱ ତଥା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ଏହି ପ୍ରତିଯୋଗିତା ୨୯/୦୯/୨୧ରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ୬ ଟି ବ୍ଲକ ଓ ୨ ଟି ପୌରାଞ୍ଚଳ ର ୮ ଟି ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇଥିଲେ। ଅନୁଷ୍ଠିତ ଲୋକ ନୃତ୍ୟ ପ୍ରତିଯୋଗିତାରେ ବିନିକା ବ୍ଲକ ର ରୁମୁକୁଝୁମାନା ପ୍ରଥମ, କୃଷ୍ଣଗୁରୁ ଦଳ ବଡବଜାର, ସୋନପୁର ଦ୍ଵିତୀୟ, ଆଞ୍ଚଳିକ କଳାକେନ୍ଦ୍ର, ତରଭା ପୌରାଞ୍ଚଳ ତୃତୀୟ ଭାବେ ଯୋଗ୍ୟବିବେଚିତ ହୋଇଛନ୍ତି l ପ୍ରତିଯୋଗିତାରେ ବିଚାରକ ଭାବେ ନାଟ୍ୟ ଶ୍ରୀ ଗଦାଧର ବାରିକ, ଯୁବ କଳାକାର ପ୍ରଦ୍ୟୁମ୍ନ ସାହୁ, ନୃତ୍ୟ ନିର୍ଦେଶକ ଚୌଧୁରୀ ବିଭାର, ଡ଼ଃ ଇତିଶ୍ରୀ ଦାସ, ଇପ୍ସିତା ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )