ଲୋପ ପାଇବାକୁ ବସିଲାଣି ଦେଶୀ ମାଛ : ବଢୁଛି ଆନ୍ଧ୍ର ମାଛର ଚାହିଦା

0 10

ସୁବର୍ଣ୍ଣପୁର : ଖାଉଟିଙ୍କ ଆବଶ୍ୟକତା ଅନୁଯାୟୀ ବଜାରରେ ଆଉ ବିଶେଶ ଦେଶୀ ମାଛ ମିଳୁନି । ଦେଶୀ ମାଛର ଉତ୍ପାଦନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଚାଷୀମାନେ ମାଛ ଚାଷ ପ୍ରତି ବିମୁଖ ହେଉଥିବାରୁ ଏପ୍ରକାର ପରିସ୍ଥିତି ଉପୁଜିଛି । ସରକାରଙ୍କ ପକ୍ଷରୁ ମାଛ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ମିଳୁଛି, ମାତ୍ର ସଚେତନତା ଅଭାବରୁ ଚାଷୀ ଏହାକୁ ହାତଛଡା କରିଛି ବୋଲି ଅଭିଯୋଗ ହେଉଛି । ମହାନଦି ଓ ତେଲନଦି ସୋନପୁର ଜିଲ୍ଲା କୁ ଘେରି ରହିଥିଲେ ବି ଏହି ପରିପ୍ରେକ୍ଷୀରେ ସୋନପୁର ଜିଲ୍ଲା ସଦର ସହ ବିଭିନ୍ନ ବ୍ଲକ ଗୁଡିକ ର ବିଭିନ୍ନ ବଜାରରେ ଦେଶୀ ମାଛର ଅଭାବ ଆନ୍ଧ୍ର ମାଛ ପୂରଣ କରୁଥିବା ଦେଖିବାକୁ ମିଳିଛି । ତେବେ ଅନ୍ୟ ପଟେ ଛତିଶଗଡ ରେ ବ୍ୟରେଜ ହେବା ଫଳରେ ମହାନଦି ରେ ପାଣି କମି ଶୁଖିଲା ପଡିଲାଣି । ମାଛ ମାରି ଜିବାକା ବହନ କରୁଥିବା ଲୋକେ ମଧ୍ୟ ଏହି ଜୀବିକା କୁ ଛାଡିବାକୁ ବସିଲେଣି । ଅନ୍ୟ ପଟେ ମାଛ ଚାଷ ମାଧ୍ୟମରେ ଲୋକଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି । ତଦନୁଯାୟୀ ମାଛ ଚାଷୀ ଉନ୍ନୟନ ସଂସ୍ଥା ପକ୍ଷରୁ ସାଧାରଣ ମାଛ ଚାଷ ପାଇଁ ସହାୟତା ପ୍ରଦାନ କରାଯାଉଛି । ଜଣେ ଚାଷୀ ଅତିକମ ରେ ୭୦୦ ଡେସିମିଲ ଜମିରେ ପୋଖରୀ ଖନନ କରି ମାଛ ଚାଷ କରିପାରିବେ । ଚାଷୀଙ୍କ ଏକ ଏକର ପୋଖରୀ ଖନନ ଓ ମାଛ ଚାଷ ପାଇଁ ପାଇଁ ୩ ଲକ୍ଷ ରୁ ୪୦ହଜାର ଟଙ୍କା ଋଣ ପ୍ରଦାନ କରାଯାଉଛି । ସାଧାରଣ ବର୍ଗର ଚାଷୀ ପାଇଁ ୪୦ ସତକଡା ଟଙ୍କା ଏବଂ ଅନୁସୂଚିତ, ଜନଜାତି ମହିଳା ଚାଷି ଚାଷୀଙ୍କ ପାଇଁ ୫୦ ସତକଡା ଟଙ୍କାର ସବ୍‌ସିଡି ରହିଛି । ଏହାଛଡା ସମନ୍ୱିତ ମାଛ ଚାଷରେ ଜଣେ ଚାଷୀ ପୋଖରୀ ଖନନ କରି ମାଛ ଚାଷ କରିବା ସହ ପୋଖରୀ ହିଡରେ ଅମୃତଭଣ୍ଡା, କଦଳୀ ସହ ଫଳନ୍ତି ବୃକ୍ଷ ଚାଷ କରି ।ରିବେ । ଶଙ୍କର ଜାତୀୟ ଗାଈ ପାଳନ କରିବା ସହିତ ଛତୁ ଚାଷ ମଧ୍ୟ କରିାରିବେ । ଗୋଟିଏ ଚାଷରେ ବିଫଳ ହେଲେ ଚାଷୀ ଅନ୍ୟ ଚାଷରୁ ଉପକୃତ ହୋଇପାରିବେ । ଏହି ପ୍ରଣାଳୀରେ ମାଛ ଚାଷ ପାଇଁ ସମାନ ବ୍ୟବସ୍ତା ବ୍ୟବସ୍ଥା ରହିଛି । ଏହି ଅର୍ଥକୁ ଚାଷୀ ୭ ବର୍ଷ ମଧ୍ୟରେ ପରିଶୋଧ କରିବାର ସୁବିଧା ରହିଛି । ତେବେ ମାଛ ଚାଷ ପାଇଁ ଚାଷୀମାନଙ୍କୁ ବହୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲେ ମଧ୍ୟ ବିଗତ ୫ ବର୍ଷ ମଧ୍ୟରେ ସୋନପୁର ଜିଲ୍ଲା ମାଛ ଚାଷରେ ବିଶେଷ ଅଗ୍ରଗତି ଘଟି ପାରିନାହିଁ । ଦେଶୀ ମାଛର ଉତ୍ପାଦନ ହ୍ରାସ ପାଉଛି ଏବଂ ଖାଉଟିଙ୍କ ଅନିଚ୍ଛା ସତ୍ୱେ ଆନ୍ଧ୍ର ମାଛ ଆବଶ୍ୟକତା ମେଣ୍ଟାଇ ନିଜର ସ୍ଥିତି ସୁଦୃଢ କରିାରିଛି । ବିଭିନ୍ନ ସମୟରେ କର୍ମଶାଳା ମାଧ୍ୟମରେ ଲୋକଙ୍କୁ ଏ ସଂପର୍କରେ ସଚେତନତା କରାଗଲେ ମାଛ ଚାଷ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.