ଵ୍ରହ୍ମପୁର ସହରରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଧୁମଧାମରେ ପାଳିତ

0 4

୧୫୨ତମ ଗାନ୍ଧୀ ଜୟନ୍ତୀ ତଥା ଆନ୍ତର୍ଜାତିକ ଅହିଂସା ଦିବସ ଓ ୧୧୭ତମ ଶାସ୍ତ୍ରୀ ଜୟନ୍ତୀ ଗଂଜାମ ଜିଲ୍ଲା କଂଗ୍ରେସ ଓ ଵ୍ରହ୍ମପୁର ନଗର କଂଗ୍ରେସର ମିଳିତ ଆନୁକୂଲ୍ୟରେ ବଡ଼ ଧୁମଧାମରେ ପାଳନ ହେଲା l ପ୍ରଥମେ ସ୍ଥାନୀୟ ବାପୁଜୀ ଆଶ୍ରମରେ ମହାତ୍ମା ଗାନ୍ଧୀ ଓ ଭାରତ ରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପରେ ପରେ ମହାତ୍ମାଗାନ୍ଧୀଙ୍କ ଵ୍ରହ୍ମପୁର ସହରକୁ ଆଗମନର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ପଦଯାତ୍ରାରେ ବାହାରି ଗାନ୍ଧୀ ନଗର ଛକରେ ଥିବା ରାଷ୍ଟ୍ରପିତାଙ୍କ ପ୍ରତିମୂର୍ତ୍ତି, ତା ପରେ ଗାନ୍ଧୀ ପାର୍କରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ| ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କୃଷକ କଂଗ୍ରେସର ଯୁଗ୍ମ ସଂଯୋଜକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ପଟ୍ଟନାୟକ, ଵ୍ରହ୍ମପୁର ନଗର ସଭାପତି ଶ୍ରୀଯୁକ୍ତ ସୁଜୟ କୁମାର ଆଚର୍ଯ୍ୟ, ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିସ୍ମୟ ମହାପାତ୍ର, ଜିଲ୍ଲା କଂଗ୍ରେସ ସେବାଦଳର ଶ୍ରୀଯୁକ୍ତ କିଶୋର କାପୁର, ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପୀତବାସ ପଣ୍ଡା, ଗଂଜାମ ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଶିବରାମ ପାତ୍ର, ଵ୍ରହ୍ମପୁର ନଗର କଂଗ୍ରେସର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରମୋଦ ଜେନା, ପ୍ରଦେଶ କଂଗ୍ରେସର ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ପି ସାଇରାମ ପାତ୍ର, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଵ୍ରହ୍ମପୁର ନଗର ସଭାପତି ଶ୍ରୀଯୁକ୍ତ ସିଦ୍ଧାନ୍ତ କୁମାର ସାହୁ, ଜିଲ୍ଲା କୃଷକ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ଖଟେଇ, ରାଜ୍ୟ କୃଷକ କଂଗ୍ରେସର ଉପସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ, ଜିଲ୍ଲା କଂଗ୍ରେସର ଉପସଭାପତି ଶ୍ରୀଯୁକ୍ତ ମହେଶ୍ୱର ପାତ୍ର, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀମତି ବନଜା ପଣ୍ଡା, ଜିଲ୍ଲା କଂଗ୍ରେସର ସମ୍ପାଦକ ଦଣ୍ଡ ପାତ୍ର, ଜିଲ୍ଲା କଂଗ୍ରେସର ସମ୍ପାଦିକା ଗୀତାଙ୍କ ସମେତ ବହୁ କଂଗ୍ରେସ ନେତ୍ରୀ,ନେତା,କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

ଵ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.