ଶଯ୍ୟାଶାୟୀ କାଳିଆ ଙ୍କୁ ସରକାରୀ ସହାୟତା ମିଳୁ l

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଳିପଦର ଗ୍ରାମ ପଞ୍ଚାୟତ ର ଉଦୟପୁର ନିବାସୀ କାଳିଆ ଜଗଦଳା ଦୀର୍ଘ ଦିନ ହେବ ପାରାଲିସ ରୋଗରେ ଆକ୍ରାନ୍ତ ହୋଇ ଛନ୍ତି l ବୌଦ୍ଧ ଜିଲ୍ଲା ପାଣ. ଗଣ୍ଡା ସମାଜ ବିକାଶ ପରିଷଦ ର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱ ରେ ଏକ 15 ଜଣିଆ ପ୍ରତିନିଧି ଦଳ ରୋଗାକ୍ରାନ୍ତ କାଳିଆ ଜଗଦଳା ଙ୍କ ଘରକୁ ପହଂଚି ବିଭିନ୍ନ ପ୍ରକାର ର ସମସ୍ୟା ସହିତ ସରକାରୀ ଆର୍ଥିକ ସହାୟତା ପାଇବା ଉପରେ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହିତ ମୋବାଇଲ ରେ ଆଲୋଚନା କରିଥିଲେ ଏହି ପ୍ରତିନିଧି ଦଳରେ ସଂଗଠନ ର ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ଜିଲ୍ଲା କମିଟି ସଦସ୍ୟ ରବୀନ୍ଦ୍ର ବାଘ, ଗୁପ୍ତେଶ୍ୱର ଭୋଇନା, ଗୁଡଭେଳିପଦର ଗ୍ରାମପଞ୍ଚାୟତ ସଭାପତି ଶ୍ରୀଧର କୁମ୍ଭାର, ସମ୍ପାଦକ ଦେବଦତ୍ତ ସାଗର, ଲମ୍ବସରୀ ଗ୍ରାମପଞ୍ଚାୟତ ସଭାପତି ସୁରେନ୍ଦ୍ର କୁଶଳ, ସମ୍ପାଦକ ପ୍ରବେଶ କୁମ୍ଭାର, କୁଲତାଜୋର ଗ୍ରାମପଞ୍ଚାୟତ ସମ୍ପାଦକ ମହେନ୍ଦ୍ର ମହାନନ୍ଦ, ସମାଜସେବୀ ରାଜୀବ ଦେହୁରୀ, ବୈଷ୍ଣବ ମଲ୍ଲିକ, ଅଲେଖ ବେହେରା ପ୍ରମୁଖ ଯୋଗଦେଇଥିଲେ l
ବୌଦ୍ଧ ଜିଲ୍ଲା ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )