ଶାନ୍ତି ଓ ବିକାଶ ନିମନ୍ତେ ବିଶ୍ୱ ବିଜ୍ଞାନ ଦିବସ ପାଳନ

0 6

ଛତ୍ରପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଷ୍ଟେମ୍ ଫର- ଗାର୍ଲସ ତରଫରୁ ଶାନ୍ତି ଏବଂ ବିକାଶ ନିମନ୍ତେ ବିଶ୍ୱ ବିଜ୍ଞାନ ଦିବସ ଅବସରରେ ଏକ ସେମିନାର ଆୟୋଜନ କରାଯାଇଥିଲା । ଏହି ସେମିନାର ରେ ଛାତ୍ରୀ ମାନେ ସମାଜରେ କିଭଳି ବିଜ୍ଞାନ ଓ ଟେକ୍ନୋଲୋଜି କୁ ଆଦରି ଏବଂ ଏହାର ସଦବ୍ୟବହାର କରି ଜଳବାୟୁ କୁ ସୁନ୍ଦର ଭାବେ ସ୍ଥିର କରିହେବ, ତାହାକୁ ପରିବେଶର ବିଭିନ୍ନ ଉନ୍ନତି ହୋଇପାରିବ ଯାହା ସେମିନାର ଦ୍ୱାରା ବୁଝେଇଥିଲେ ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତା ରାଣୀ ପାଣିଗ୍ରାହୀ ସଂଯୋଜନା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ସୁବଳୟା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡା. ଅନିତା ମିଶ୍ର ଯିଏକି, ରୋଲମୋଡେଲ ଭାବରେ ଯୋଗଦେଇଥିଲେ l ଆଜିର କାର୍ଯ୍ୟକ୍ରମକୁ ନିଜର ସ୍ମୃତି ଓ ଜଣେ ଝିଅ କିପରି ତାଙ୍କର ସ୍ବପ୍ନ ସାକାର କରିବେ ତାହା ବୁଝାଇ ଥିଲେ । ଏହି ଅବସରରେ ବିଦ୍ୟାଳୟରେ ଷ୍ଟେମ୍ ର ପବିତ୍ରା କୁମାରି ତ୍ରିପାଠୀ, ପ୍ରଗତି ନାହାକ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଏହା ସହ ଛାତ୍ରୀମାନେ ମଧ୍ୟ ଆଜିର କାର୍ଯ୍ୟକ୍ରମ ପାଇଁ ନିଜର ସୁନ୍ଦର ସୁନ୍ଦର ମତପ୍ରକାଶ କରିଥିଲେ । ଏପରିକି ଆଗାମୀ ଦିନରେ କିଭଳି ଝିଅ ମାନେ ଷ୍ଟେମ ପଥରେ ନିଜର ଭବିଷ୍ୟତ ଗଢିବେ ତାହା ମଧ୍ୟ ସ୍ଥିର କରିଥିଲେ ଏବଂ ସେ ସମ୍ପର୍କରେ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ ।

ଗଂଜାମ ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.