ଶିକ୍ଷକ ନେତା ‌୰ ଅବନୀ ବରାଳଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

0 29
 ଖୋର୍ଦ୍ଧା : ଓଡ଼ିଶାର ବିଶିଷ୍ଟ ଶିକ୍ଷକ ନେତା,ଶିକ୍ଷାବିତ୍ ,ସମାଜସେବୀ  ତଥା ନାଟ୍ୟକାର ୰ ଅବନୀ ବରାଳଙ୍କ ର ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଖୋର୍ଦ୍ଧା ଠାରେ ପାଳିତ ହୋଇଯାଇଛି।ସେ ବିଶ୍ଵ ଶିକ୍ଷକ ମହା ସଂଘର ଉପସଭାପତି ଥିଲେ।ଟଙ୍କା ନେତୃତ୍ବରେ ଭାରତର ଶିକ୍ଷକ ସମାଜ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ସଂସ୍କାର ମୂଳକ କାର୍ଯ୍ୟ କରାଯାଇଛି।
   ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜିତୁ ମିତ୍ରଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ।ନିୟୁ ଥିଙ୍କିଂ,ଫୋରମ୍ ର ସଭାପତି ନରେନ୍ଦ୍ର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ଆବାହକ ବୈକୁଣ୍ଠ ନାଥ  ରାଜଗୁରୁ,ସଞ୍ଜୟ ପଟ୍ଟନାୟକ,ଅଧ୍ୟାପକ ଗୋପାଳ ଦାସ,ଆଇନଜୀବୀ ଶିଶିର ପରିଡ଼ା, ଡ ନାରାୟଣ ରାୟ,ସତ୍ୟବାଦୀ ବଳିୟାର ସିଂ,କ୍ଷୀରୋଦ ମହାନ୍ତି, ବିମଳ ଷଡ଼ଙ୍ଗୀ, ଡ଼ ବୃନ୍ଦାବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.