ଶିକ୍ଷକ.. ପ୍ରଶିକ୍ଷକ କାର୍ଯ୍ୟଶାଳା ଅନୁଷ୍ଠିତ

0 5

ସୋନପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ କୁ ନେଇ ଏକ ଶିକ୍ଷକ ପ୍ରଶିକ୍ଷକ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି l କାର୍ଯ୍ୟଶାଳାର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡାତିଆ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ର ସଫଳ ସଫଳ କ୍ରିୟାନ୍ୱୟନ ଦିଗରେ ମାର୍ଗଦର୍ଶନ କରିଥିଲେ l ପରିଚାଳନା ସମିତିର ସଭାପତି ଜ୍ୟୋତିରଞ୍ଜନ ବହିଦାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟଶାଳା ରେ ଜିଲ୍ଲା ପ୍ରମୁଖ ପ୍ରଦୀପ କୁମାର ପୁରୋହିତ, ଅଖିଳ ଭାରତୀୟ ବୈଦିକ ଗଣିତ ସଂଯୋକକ ପ୍ରସନ୍ନ କୁମାର ସାହୁ ଙ୍କ ସମେତ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ପ୍ରଧାନା ଚାର୍ଯ୍ୟ ଦୟାନିଧି କରଣ ସ୍ୱାଗତ ସମ୍ଭାଷଣ ସହ ଅତିଥି, ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ବିବିଧ ବ୍ୟବସ୍ଥା ପରିଚାଳନା ରେ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.