ଶିକ୍ଷକ ସୌମ୍ୟ ରଞ୍ଜନ କରଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ଡ଼କ୍ଟରେଟ ଲାଭ”

0 16

ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଇଁଶୀରିଆ ଗ୍ରାମ ପଞ୍ଚାୟତ ଇଚ୍ଛାପୁର ଗ୍ରାମର ପଣ୍ଡିତ ଗାୟକ ପିତାମ୍ବର କରଙ୍କ ନାତି ଗବେଷକ ସୌମ୍ୟ ରଞ୍ଜନ କର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ଜ୍ୟୋତିଷ ଶାସ୍ତ୍ରରେ ପିଏଚ. ଡି. ଉପାଧି ଲାଭ କରିଥିବା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ଅଧିସୂଚନା ସଂଖ୍ୟା – 74/2021 ତା 12/10/2021 ରିଖ 21 କ୍ରମିକ ସଂଖ୍ୟା ରେ ସୂଚନା ମିଳିଛି l ଡକ୍ଟର ସୌମ୍ୟ ରଞ୍ଜନ କରଙ୍କ ଗବେଷଣାତ୍ମକ ନିବନ୍ଧଟି ପ୍ରଶ୍ନବୈଷ୍ଣବ ଓ ଷଟପଞ୍ଚାଶିକା ଗ୍ରନ୍ଥଦୁଇଟିର ତୁଳନାତ୍ମକ ଅଧ୍ୟୟନ ଉପରେ ବିଷୟବସ୍ତୁ ରଖିଥିଲା ବେଳେ ପ୍ରଫେସର ଭାରତ ଭୂଷଣ ମିଶ୍ର ଙ୍କ ତତ୍ତ୍ୱlବଧାନରେ ଦୀର୍ଘ 6ବର୍ଷ ଧରି ଗବେଷଣା କରିଥିଲେ l ଡକ୍ଟର କରଙ୍କ ସନ୍ଦର୍ଭଟି ଭାରତର ଭିନ୍ନ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି l ଡକ୍ଟର କର ହେଉଛନ୍ତି ଅବସର ପ୍ରାପ୍ତ ଶିକ୍ଷକ ଶରତ କୁମାର କର ଓ ସସ୍ମିତା କର ଙ୍କ ସାନ ପୁଅ ଅଟନ୍ତି l ଏହି ସଫଳତା ପାଇଁ ଡକ୍ଟର ନୀଳମାଧଵ ଦାଶ, ପ୍ରଫେସର ଭାରତ ଭୂଷଣ ମିଶ୍ର, ପରିବାର, ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ଙ୍କୁ କୃତଜ୍ଞତା ଜ୍ଞାପନ କରୁଥିବା ବେଳେ ଏହି ଖବର ଜାଣିବା ପରେ ଯାଜପୁର ଜିଲ୍ଲା ର ବିଭିନ୍ନ ମହଲ ରୁ ଶୁଭେଚ୍ଛାର ସୁଅ ଛୁଟୁଛି l

ଯାଜପୁର ଇପିଏ ରୁ ସୁରେଶ କରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.