ଶିକ୍ଷାବିତ ଶ୍ରୀ ଦୟାନିଧି ମାଝୀ ଓ ବ୍ୟବସାୟୀ ଶ୍ରୀ ବ୍ରଜ ସୁନ୍ଦର୍ ପାତ୍ର ଙ୍କ ବିୟୋଗରେ ମହାନ୍ ସଂଘ ପକ୍ଷରୁ ଶୋକ ସଭା

0 16

ବ୍ରହମପୁର : ବିଜିପୁର କlଲୁଆ ସାହି ନିବାସୀ ମହାନ୍ ସଂଘ ଉପସଭାପତି ଶ୍ରୀ ସଞ୍ଜୟ କୁମାର ମାଝୀ ଙ୍କ ପିତା ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଦୟାନିଧି ମାଝୀ ଙ୍କ ୨ ତାରିଖ ଦିନ ବିୟୋଗ ଓ ମହାନ୍ ସଂଘ ସାଧରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର ଙ୍କ ପିତା ବାଣପୁର ନିଁବସି ବିଶିଷ୍ଟ ବ୍ୟବସାୟୀ ଶ୍ରୀ ବ୍ରଜ ସୁନ୍ଦର୍ ପାତ୍ର ଙ୍କ ୭ ତାରିଖ ବିୟୋଗ ରେ ଏକ ଶୋକ ସଭା ମହାନ୍ ସଂଘ ପକ୍ଷରୁ ହିଲପାଟଣା ସ୍ଥିତ କାର୍ଯ୍ୟାଳୟ ରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱର୍ଗତ ମାଝୀ ଓ ସ୍ୱର୍ଗତ ପାତ୍ର ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କ ସ୍ମୃତିରେ ବିଶିଷ୍ଟ ଶି୍ଷାବିତ ଓ ବିଶିଷ୍ଟ ବ୍ୟବସାୟୀ ଙ୍କୁ ପ୍ରତିବର୍ଷ ସମ୍ମାନୀତ କରିବା ନିମନ୍ତେ ନିଷ୍ପତ୍ତି ନିଆ ଯାଇଛି। ଶୋକ ସଭା ରେ v ରବି କୁମାର ଗୁପ୍ତା, ପି ବୁଚୀ ବାବୁ, ସିମ।ଞ୍ଚଲ ପାଣିଗ୍ରାହୀ, ହରିପ୍ରସାଦ ମଳନ।,ସଞ୍ଜୟ ମାଝୀ, ପ୍ରକାଶ ଵଜନି, ହିମାଂଶୁ ଟାଟା, ଭିଷ୍ମଚାର୍ୟ ଚୌଉଧୁରୀ, ସୁରେଶ ତ୍ରିପାଠୀ, ରାକେଶ କୁମାର ଦାଶ,ସବିତା ସାହୁ, କୈଳାସ ମାଳନ। ପ୍ରମୁଖ ଉପସ୍ଥିତ ଥିଲେ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.