ଶିକ୍ଷୟତ୍ରୀ ମମତାଙ୍କ ହତ୍ୟା ଷଡଯନ୍ତ୍ରରେ ମନ୍ତ୍ରୀ ସମ୍ପୃକ୍ତ ଥିବାରୁ ତାଙ୍କର ଗିରଫ ଦାବୀରେ ଵିଜେପି ଯୁବମୋର୍ଚ୍ଚା ତରଫରୁ ମୁଖ୍ୟ ମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ।

0 4

ରାଜନଗର : ସାରାରାଜ୍ୟରେ ଶିକ୍ଷୟିତ୍ରୀ ମମତା ମେହରଙ୍କ ହତ୍ୟା ଷଡଯନ୍ତ୍ରରେ ଗୃହମନ୍ତ୍ରୀ ଶ୍ରୀ ଦିଵ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି ବୋଲି ଚର୍ଚ୍ଚା ଯୋର୍ ଧରିଥିବାଵେଳେ ମନ୍ତ୍ରୀଙ୍କ ବହିଷ୍କାର ଏବଂ ଗିରଫ ଦାବିରେ ଵିରୋଧି ଦଳମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ବଳବତ୍ତର କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ ଜଗନ୍ନାଥ ରାଉତ ଙ୍କ ଆହ୍ବାନ କ୍ରମେ କଳାହାଣ୍ଡି ଜିଲ୍ଲାମହାଲିଙ୍ଗି ସନସାଇନ ସ୍କୁଲର ଅଧ୍ୟକ୍ଷା ମମତା ମେହରଙ୍କୁ ଯେପରି ଜଘନ୍ୟ ଭାଵେ ହତ୍ୟା କରାଯାଇଛି। ସେହି ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଗୃହମନ୍ତ୍ରୀ ଶ୍ରୀ ଦିଵ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା ଓ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଦାଵି କରି ରାଜନଗର ବ୍ଳକ ବିଜେପି ଯୁବମୋର୍ଚ୍ଚା ତରଫରୁ ଜଗନ୍ନାଥ ମନ୍ଦିର ଠାରୁ ପ୍ରାୟ ଏକ କିଲମିଟର ଶୋଭାଯାତ୍ରା ବାହାରି ସରକାରଙ୍କ ନାରାବାଜି ଦେଇ ବଜାର ପୋଲ ଅତିକ୍ରମ କରି ତ୍ରୀନାଥ ଵଜାର ଛକରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ପୂର୍ବତନ ବିଧାୟକ ଶ୍ରୀ ଅଲେଖ କୁମାର ଜେନା ଯୋଗଦେଇ ଵିଜେଡି ସରକାରର କୁ କର୍ମ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ଏବଂ କହିଥିଲେ ଯେପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଗିରଫ କରା ନ ଯାଇଛି ସେତେଦିନ ଯାଏ ପ୍ରତିବାଦ ଜାରିରହିବ ଵୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି । ଏହିପ୍ରତିବାଦ ସଭାସ୍ଥଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହମନ୍ତ୍ରୀ ଶ୍ରୀ ଦିଵ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରୋଜ କୁମାର ଦାସ, ଚନ୍ଦ୍ରକାନ୍ତ ସେଠୀ, ବ୍ରହ୍ମାନନ୍ଦ ଦାସ, ଆଲୋକ ପାଢି, ଶୂନ୍ୟବାସୀ ରଣା, ପ୍ରକାଶ କୁମାର ରାଉତ, ଚିତ୍ତରଞ୍ଜନ ନାୟକ, କମଳାକାନ୍ତ ସ୍ବାଇଁ, ମାଧବାନନ୍ଦ ଭୂୟାଁ, ପାରେଶ୍ଵର ଵେହେରା, ଅଭୟ ରାଉତ, ଅଜୟ ସାମନ୍ତରାୟ, ଦିପକ ଵାରିକ, ସୁନାକର ରାଉତ ପ୍ରମୁଖ ଯୋଗଦେଇଥିଲେ।

କେନ୍ଦ୍ରାପଡ଼ା ଇପିଏ ରୁ ସୁକାନ୍ତ ପ୍ରଧାନଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.