ଶିଖଧର୍ମଗୁରୁ ନାନକ ଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ଆଲୋଚନା-ଚକ୍ର

0 17

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ସୋମବାର ଇତିହାସ ବିଭାଗର ଏକ ସେମିନାର ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସେମିନାର ତଥା ଆଲୋଚନା ଚକ୍ରରେ ମୁଖ୍ୟଅତିଥୀ ଭାବେ ବିଶିଷ୍ଟ ସନ୍ଥ ଶ୍ରୀମତୀ ସାଧନା ପତ୍ରି ଯୋଗ ଦେଇ ଶିଖ ଧର୍ମଗୁରୁ ନାନକଙ୍କ ଓଡିଶା ଆଗମନ ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଯାହା ଛାତ୍ରଛାତ୍ରୀ ଓ ଶିକ୍ଷାବିତ ଙ୍କ ମନରେ ଅନେକ ଆଲୋଡନ ସୃଷ୍ଟି କରିଥିଲା । ୧୫୩୯ ମସିହାରେ ଗୁରୁ ନାନକ ଙ୍କ ଓଡ଼ିଶା ଆଗମନ ହୋଇଥିବା ପ୍ରାୟ ୩ରୁ ୪ମାସ କାଳ ଓଡ଼ିଶାରେ ଧାର୍ମିକ ଚିନ୍ତନରେ ମନନିବେଶ କରିଥିଲେ ,ତା’ସାଂଗକୁ ଓଡ଼ିଶାରେ ବିଭିନ୍ନ ଧର୍ମାନୁଷ୍ଠାନ କୀର୍ତିରାଜ,ମନ୍ଦିର,ତଥା ହିନ୍ଦୁଧର୍ମ ର ସୁରକ୍ଷା ,ହିନ୍ଦୁଧର୍ମର ମାହାତ୍ମ୍ୟ କୁ ପ୍ରଚାର ପ୍ରସାର ଦିଗରେ ନାନକ ଙ୍କ ଭୂମିକା ବେଶ ଯଥାର୍ଥ ଅବଦାନ ଥିଲା ବୋଲି ଆଲୋକପାତ କରିଥିଲେ

। ସମ୍ମାନୀତ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସାଇକୋଲୋଜି ବିଭାଗର ପ୍ରଫେସର ଡଃ ଭି. ରାଜେନ୍ଦ୍ର ରାଜୁ, ସାହିତ୍ୟିକ ଆଡଭୋକେଟ ବ୍ରଜ ମୋହନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ସୂର୍ଯ୍ୟ ନାରାୟଣ ଡାକୁଆ ପରିଚାଳନା ଓ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡଃ. ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ରାଜେଶ କୁମାର ପଟ୍ଟନାୟକ, ଆରତୀ ପଟ୍ଟନାୟକ,ଶୁଭଶ୍ରୀ ଦାସଙ୍କ ସମେତ ବହୁ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇ ସକ୍ରୀୟ ସହଯୋଗ କରିଥିଲେ ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.