
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୋଖରୀଭାଡି ଠାରେ ପ୍ରଥମ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟ କ୍ଲବ୍ ରଗବୀ, ୭ ସାଇଡ ଟୁର୍ଣ୍ଣାମେଣ୍ଟ ଏବଂ ୩୭ ତମ ଶିମିଳିପାଳ ରୟାଲ୍ ସ୍ପୋର୍ଟସ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି । ରଗବୀ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ ମୟୂରଭଞ୍ଜ ଭଦ୍ରକ କ୍ଲବ୍ କୁ ୨୯ -୦୦ ରେ ପରାସ୍ତ କରି ଚାମ୍ପିଅନ ହୋଇଛି ଓ ମହିଳା ବିଭାଗରେ ମଧ୍ୟ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ ମୟୂରଭଞ୍ଜ ଯାଜପୁର କ୍ଲବକୁ ୧୨-୦୦ ରେ ହରାଇ ଚମ୍ପିୟନ ହୋଇଅଛି । ୪ ଟି ଜିଲ୍ଲାରୁ ୧୦ ଟି ରଗବୀ ଟିମ୍ ଭାଗ ନେଇଥିଲେ। ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ରାଣୀପୋଖରୀ ଫୁଟବଲ୍ ଟିମ୍ ଚାମ୍ପିଅନ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ସ୍ଵତନ୍ତ୍ର ଅତିଥି ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ଭାରତୀ ରାଜଲକ୍ଷ୍ମୀ ଭଞ୍ଜଦେଓ, ରାଜକୁମାରୀ ଅକ୍ସିତା ମଞ୍ଜରୀ ଭଞ୍ଜଦେଓ, ଆନ୍ତର୍ଜାତୀୟ ମହିଳା ରଗବୀ ଖେଳାଳି ଲିଜ୍ଜା ସର୍ଦ୍ଦାର,କରଞ୍ଜିଆ ବ୍ଲକ୍ ଅଧ୍ୟକ୍ଷ ହରିଶ୍ ଚନ୍ଦ୍ର ନାଏକ, ଠାକୁରମୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷା ଜବାମଣି ଟୁଡୁ, ଜିଲ୍ଲା ପରିଷଦ ସଦସ୍ୟ ସାମାୟ ପୂର୍ତ୍ତି, ବାଲୁକା ଶିଳ୍ପୀ ଦଶରଥ ମହାନ୍ତ, ମୁଖ୍ୟ ବକ୍ତା ସମାଜସେବୀ ପଦ୍ମଲୋଚନ ନନ୍ଦ ଓ ଅନ୍ୟାନ୍ୟ ଶହ ଶହ ଲୋକ ଉପସ୍ଥିତ ରହି ଖେଳ କୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୀପକ ପୂର୍ତ୍ତି, ରମେଶ ସିଂ, ବାବୁଲି, ଦିବ୍ୟ ଓ ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ରଗଭୀ ରେଫରୀ ଠାକୁରମୁଣ୍ଡା ମାଟିର ଦିଵ୍ୟରଞ୍ଜନ ଦାସ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରୟାଲ ସ୍ପୋଟିଂ କ୍ଲବ ପୋଖରୀଭାଡି ଖେଳ ପଡ଼ିଆରେ ସଫଳତାର ରୂପ ନେଇଥିଲା ।
ମୟୂରଭଞ୍ଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )