ଶିଶୁଙ୍କ ପାଇଁ ଦିନଟିଏ – ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

0 13

ଶିଶୁଙ୍କ ପାଇଁ ଦିନଟିଏ ଜିଲ୍ଲାସ୍ତରୀୟ ବୈଠକ ଆଜି ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ସନତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।ଶିଶୁ ମାନଙ୍କର ସୁରକ୍ଷା ଓ ସେମାନଙ୍କର ଶିକ୍ଷା,ବାଲ୍ୟ ବିବାହ ସଂପୂର୍ଣ୍ଣ ବନ୍ଦ୍ ଏବଂ ଶିଶୁ ଭିକ୍ଷା ବୃତ୍ତି ବନ୍ଦ୍ ପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ।ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି।ଏହା ବନ୍ଦ୍ କରିବା ,ଏଥିପାଇଁ ଲୋକମାନଙ୍କୁ ସଚେତନ କରିବା ଓ ବାଲ୍ୟବିବାହ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଜିଲ୍ଲାପାଳ କହିଥିଲେ।ମିଶନ ଶକ୍ତି,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କହିଥିଲେ।ଶିଶୁ ଶ୍ରମିକ ଓ ଶିଶୁ ଭିକ୍ଷାବୃତ୍ତି ବନ୍ଦ୍ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ,ଅସହାୟ ମାନଙ୍କୁ ଉଦ୍ଧାର ଏବଂ ସେମାନଙ୍କ ପାଳନ ପୋଷଣ ସହ ଶିକ୍ଷା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଥିଲେ।ବାଲ୍ୟବିବାହ ନିଷେଧ ଏବଂ ଆଇନଗତ ପୋଷ୍ୟ ସମ୍ମାନ ଗ୍ରହଣ ସମ୍ପର୍କିତ ପୋଷ୍ଟର ଜିଲ୍ଲାପାଳ ଉନ୍ମୋଚନ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ ଶିଶୁ ପାଇଁ ଦିନଟିଏ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଆଜି ଏହି ବୈଠକ ପଞ୍ଚାୟତ,ବ୍ଲକ୍ ଓ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେଉଛି।ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ଏବଂ ଶିଶୁ ମାନଙ୍କୁ ଆବଶ୍ୟକ ଶିକ୍ଷା ଦେବା ପାଇଁ ସରକାର ଗୁରୁତ୍ବ ଦେଇଛନ୍ତି ।ପିଲାମାନେ ଆମ ଦେଶର ଭବିଷ୍ୟତ ।ପିଲାମାନେ ଯେପରି ପାଠପଢ଼ା ଜାରି ରଖିବେ ଏବଂ ସେମାନଙ୍କର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ କହିଥିଲେ।ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା, ଧନ୍ଦାମୂଳକ ଶିକ୍ଷା ଏବଂ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ ଓ ଶିକ୍ଷା ବ୍ୟବସ୍ଥା କରାଯାଇଛି।
ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ଦଳେଇ ଏବଂ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା ଶ୍ରୀ ରାଜ୍ କିଶୋର ଦୋରା ଯୋଗଦେଇ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବିଣୀଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହ ଅସହାୟ ଓ ପରିତ୍ୟକ୍ତ ଶିଶୁମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ବିଷୟରେ କହିଥିଲେ।ପୋଲିସ ଅଧିକାରୀ ମାନେ ବୈଠକରେ ଯୋଗଦେଇ ପିଲାମାନଙ୍କର ସୁରକ୍ଷା,ଅସହାୟ ଓ ପରିତ୍ୟକ୍ତ ପିଲାମାନଙ୍କୁ ଉଦ୍ଧାର ଏବଂ ସହାୟତା ପାଇଁ ନିଆଯାଇଥିବା ପଦକ୍ଷେପ ଓ ବ୍ୟବସ୍ଥା ସମ୍ପର୍କରେ କହିଥିଲେ।ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା,ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଆଲୋଚନା ହୋଇଥିଲା।ଜିଲ୍ଲା ଚାଇଲ୍ଡ ଲାଇନ୍ ଭୁବନେଶ୍ଵରରେ ସଂଯୋଜିକା ଓ ରେଲୱେ ଚାଇଲ୍ଡ ଲାଇନ ପ୍ରୋଜେକ୍ଟର ଅଧିକାରୀ ଅସହାୟ ପିଲାମାନଙ୍କର ଉଦ୍ଧାର ଏବଂ ସେମାନଙ୍କ ର ଥଇଥାନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଖୋର୍ଦ୍ଧା ଡ଼ା ବିଶ୍ବରଂଜନ ପତି,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଆରତୀ ରଥ,ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଖୋର୍ଦ୍ଧା କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.