ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ରାୟଗଡ ଉପଖଣ୍ଡ ଓ ଗ୍ରାମାଞ୍ଚଳର ୮ ରୁ ୧୪ବର୍ଷ ବୟସ୍କ ସମସ୍ତ ଚିତ୍ର ପ୍ରତିଯୋଗୀଙ୍କୁ ନେଇ ଆସନ୍ତା ୧୪/୧୧/୨୧ ତାରିଖ ସକାଳ ୯ ଘଣ୍ଟିକା ଠାରୁ ୧୧ଟା ମଧ୍ୟରେ ଚିତ୍ରlଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଶ୍ରେଷ୍ଠ ବିବେଚିତ ତିନିଜଣଙ୍କ ଚିତ୍ରlଙ୍କନ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ପଠାଯିବ ଏବଂ ସେହି ୩ଜଣଙ୍କୁ ରାୟଗଡ଼ରେ ପୁରସ୍କୃତ କରାଯିବ। ସେହି ତିନୋଟି ଚିତ୍ର ମଧ୍ୟରୁ ରାଜ୍ୟ ସ୍ତରରେ ମଧ୍ୟ ଚୟନ କରାଯିବ ଓ ଶ୍ରେଷ୍ଠ ଚିତ୍ର ଆସନ୍ତା ବର୍ଷ ପରିବାର ଅଦାଲତ କ୍ୟାଲେଣ୍ଡରରେ ସ୍ଥାନିତ କରାଯିବ । ରାୟଗଡର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜିସିଡି ଉଚ୍ଚ ବିଦ୍ୟାଳୟ, କଲ୍ୟାଣସିଂହପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀପୁର ସ୍ଥିତ ସହକାରୀ ଉଚ୍ଚ ବିଦ୍ୟାଳୟ, କୋଲନରl ସ୍ଥିତ ଜଗ ଦମ୍ବ। ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୧୪/୧୧/୨୧ ତାରିଖ ସକାଳ 9 ଘଟିକାରୁ ୧୧ ଟା ମଧ୍ୟରେ କୋଭିଡ ନିୟମ ପାଳନ ପୂର୍ବକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ବର୍ଷର ପ୍ରତିଯୋଗିତାର ବିଷୟବସ୍ତୁ “ଶିଶୁ ପାଇଁ ପରିବାରର ମହତ୍ବ” significance of family for children ରହିବ । ଚିତ୍ରାଙ୍କନ, କାଗଜର ଏକ ଚଉଠ ୧୬ ×୧୪,୩୦୦ ଜିଏସଏମ ସହ ପାଣିରଙ୍ଗ, ସ୍କେଚ କଲମ, କ୍ରେୟନ ରଙ୍ଗ, ପେନସିଲ ରଙ୍ଗ, ଏକ୍ରିଲିକ ରଙ୍ଗ, ଚାରକୋଲ ରଙ୍ଗ, ସାଦା ପେନସିଲ ବ୍ୟବହାର କରିପାରିବେ । ଏବିଷୟରେ ଅଧିକ ବିବରଣୀ ଜାଣିବା ନିମନ୍ତେ ଶତ୍ରୁଘନ ମଲ୍ଲିକ ୮୯୧୭୫୪୩୯୦୮, ମନୋଜ କୁମାର ଗୌଡ଼-୯୯୩୮୩୮୨୪୫, ବଳଦେବ ନାୟକ ୮୨୪୯୪୪୫୦୭୮ ପରିବାର ଅଦାଲତ କାଉନସିଲର ୭୦୦୮୮୦୧୧୦୩ କିମ୍ବା ପରିବାର ଅଦାଲତର ଲ୍ୟାଣ୍ଡ ଫୋନ ୦୬୮୫୬୨୩୫୫୪୪ କୁ ଫୋନ କରି ବିସ୍ତୃତ ବିବରଣୀ ଜାଣି ପାରିବେ l
ରାୟଗଡା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )