ଶିଶୁ ମାନଙ୍କ ମାନସିକ ସ୍ୱାସ୍ଥ୍ୟ ର ଉନ୍ନତି ପାଇଁ ୱା ଇ ସି ଡି ଏ ଏବଂ ଚାଇଲଡ଼ ଲାଇନ

0 5

ବୌଦ୍ଧ ପକ୍ଷରୁ ଜିଲ୍ଲା ମୁଜିଅମ ରେ ଶିଶୁ ମାନକ ନିମନ୍ତେ ଶିଶୁ ଦିବସ ଉପଲକ୍ଷେ କୋବିଡ଼୧୯ ସମୟରେ ଶିଶୁ ମାନଙ୍କର ମାନସିକ ଏଵଂ ମନୋସାମାଜିକ ସ୍ୱାସ୍ଥ୍ୟ ର ଉନ୍ନତି ସମ୍ବନ୍ଧେ ଉଛବ ପାଳିତ ହୋଇଯାଇଛି। ଏହି ଉଛବ ରେ ମୁଖ୍ୟ ଅତିଥି ଭାବରେ ଡେ଼ପୁଟି କଲେକ୍ଟର, ଶ୍ରୀଯୁକ୍ତ ଅବନିକାନ୍ତ ସାହୁ, ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି,ଶ୍ରୀଯୁକ୍ତ ସାକ୍ଷୀଗୋପାଳ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ରାହୁଲ ପ୍ରଧାନ, ୱା ଇ ସି ଡି ଏ ରୁ ଶ୍ରୀଯୁକ୍ତ ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଚିକିତ୍ସା ଳ ଲୟ,ଡ଼ି ଏମ ଏଚ ପି ରୁ ଶ୍ରୀ ଅବିନାଶ ମିଶ୍ର,ବେସିକ ନିଡସ ଇଣ୍ଡିଆ ରୁ ଶ୍ରୀଯୁକ୍ତ କୁମାର କର୍ମୀ, ମାନସିକ ଏଵଂ ମନୋସାମାଜିକ ସ୍ୱାସ୍ଥ୍ୟ ର ଉନ୍ନତି ସମ୍ବନ୍ଧରେ କହିଥିଲେ। ୱାଇ ସି ଡି ଏ ପକ୍ଷରୁ କୋଭିଡ଼ ୧୯ କାର୍ଯ୍ୟ ପ୍ରଣାଳୀ ବହି ଉନ୍ମଚନା ହୋଇଥିଲା ଏବଂ ଚାଇଲଡ଼ ଲାଇନ ପକ୍ଷରୁ ଚାଇଲଡ଼ ଲାଇନ ସେ ଦୋସ୍ତି ର ସୁରକ୍ଷା ବନ୍ଧନ ଶିଶୁ ମନେ ଉପସ୍ଥିତ ଅତିଥି ମନକୁ ବାନ୍ଧିଥିଲେ। ୱାଇ ସି ଡି ଏ ରୁ ମମତା ପରିଡ଼ା, ବବିନା ନାଏକ, ସୁଧାମୟୀ ରଥ,ହରପ୍ରସାଦ ତ୍ରିପାଠୀ, ଅମିତାବ କେଶରୀ ଦାସ କାର୍ଯ୍ୟକ୍ରମ ଟିକୁ ପରିଚାରନା କରିଥିଲେ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.