ଶ୍ରମିକ ମାନଙ୍କ ବକେୟା ୩ ମାସର ଦରମା ଦାବିରେ ମେସ୍କୋ ଗେଟ ସମୁଖରେ ଶ୍ରମିକ ମାନଙ୍କ ଧାରଣା

0 10

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ସେରେଣ୍ଡା ପଞ୍ଚାୟତ ସ୍ଥିତ ଚତମ୍ବାସାହି ନିକଟରେ ଥିବା ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମାନଙ୍କ ବକେୟା ୩ ମାସର ଦରମା ଦାବିରେ ମେସ୍କୋ ଗେଟ ସମ୍ମୁଖରେ ଶ୍ରମିକ ମାନେ ଗଣଧାରଣା ଦେଇଛନ୍ତି । ମେସ୍କୋ କମ୍ପାନୀ କର୍ତୁପକ୍ଷ ଧାରଣାର ସମ୍ମୁଖକୁ ଆସୁ ନ ଥିବା କହିଛନ୍ତି ଧାରଣାରେ ବସିଥିବା ଶ୍ରମିକ । ଫୋନ ମାଧ୍ୟମରେ ମିଛ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି ଶ୍ରମିକଙ୍କୁ । ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବାରୁ ମଧ୍ଯ ଇ ପି ଏଫ୍ ଟଙ୍କା ଜମା କରାଯାଇନାହିଁ । ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାର ଦିଗକୁ ଠେଲି ଦେଉଥିବା ମେସ୍କୋ ଭଳି ବଡ଼ କମ୍ପାନୀ ର ବଡ଼ ଦ୍ରୁନୀତି ଏବେ ସାମ୍ନାକୁ ଆସିଛି। ଯାହା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କମ୍ପାନୀର ସବୁ କଥା ଶ୍ରମିକ କହିଛନ୍ତି।

ମହାମାରୀ କରୋନା ସମୟରେ ଅର୍ଥ ଦଣ୍ଡ ଭୁଶୁଡି ଥିବା ବେଳେ ଶ୍ରମିକ ମାନଙ୍କ ଦୟନୀୟ ପରିସ୍ଥିତିରେ ମେସ୍କୋ କର୍ତୁପକ୍ଷ ୧୩୨ ଶ୍ରମିକ ମାନଙ୍କୁ ଛଟେଇ କରିବାର ଚକ୍ରାନ୍ତ କରୁଛି।ସରକାର ଯଦି କମ୍ପାନୀ ମାନଙ୍କ ସହ ମିଶି ଶ୍ରମିକ ମାନଙ୍କ ବାହାର କରିବେ ମେସ୍କୋ ଶ୍ରମିକ ମାନେ ତାଙ୍କ ପରିବାର ସହ ରାଜ ରାସ୍ତା କୁ ଓଲେହିବେ ବୋଲି ଚେତାବନୀ ଦେଇଛନ୍ତି। ମେସ୍କୋ କତ୍ତୃପକ୍ଷଙ୍କ ତରଫରୁ ଦାୟିତ୍ୱ ରେ ଥିବା ସୁଦୀପ୍ ବଡ଼ଜେନାଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ମୁଁ କିଛି କହି ପାରିବିନି ରୋକ ଠକ ମନା କରିଦେଇଥିଲେ । ହେଲେ ଏବେ ପ୍ରଶ୍ନ ଉଠୁଛି କମ୍ପାନୀ କତ୍ତୃପକ୍ଷ ଯଦି ଶ୍ରମିକଙ୍କ କଥା ନ ଶୁଣିବେ ତା ହେଲେ ତାଙ୍କ ସମସ୍ୟା କିଏ ଦୁରକରିବ ବୋଲି ବୁଦ୍ଧିଜୀବୀ ମହଲରେ ତ୍ରିବ ନିନ୍ଦା ପ୍ରକାଶ କରାଯାଉଛି।

ବଡ଼ବିଲ ଇପିଏ ରୁ ସିତାରାମ ଦିକ୍ଷୀତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.