ଶ୍ରୀମନ୍ଦିର ଐତିହ କରିଡର ର ନିର୍ମାଣ କାର୍ଯ୍ୟ ଆରମ୍ଭ

0 15

ଶ୍ରୀମନ୍ଦିର ଐତିହ କରିଡର ର ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ଏହି କ୍ରମ ରେ ଶ୍ରୀନହର ସମୁଖ ରେ ଥିବା ଶ୍ରୀମନ୍ଦିର କାର୍ଯ୍ୟଳୟ କୁ ଉଛେଦ କରାଯାଇଛି। ଏହା ବହୁ ପୁରାତନ ବିଲ୍ଡିଂ ଥିଲା। ଅସୁରକ୍ଷିତ ଅବସ୍ଥାରେ ରହିଥିଲା। ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ବିଲ୍ଡିଂ କୁ ଉଛେଦ କରାଯାଇଛି। ଏଥିପାଇଁ ସକାଳୁ ବିଲ୍ଡିଂ କୁ ସଂଯୋଗ କରୁଥିବା ଦୋଳ ବେଦୀ କୋଣ ରାସ୍ତା କୁ ବ୍ୟାରିକେଡ ଦେଇ ବନ୍ଦ କରାଯାଇଛି। ଦୁଇଟି ଜେସିବି ମେସିନ ଦ୍ୱାରା ଭଙ୍ଗା ଯାଉଛି। ସୁରକ୍ଷା ଦୃଷ୍ଟି କୋଣ ରୁ ଅଗ୍ନିଶମ ବିଭାଗ କୁ ମୁତୟନ କରାଯାଇଛି। ତେବେ ନୂଆ ବିଲ୍ଡିଂ ନିର୍ମାଣ ପରେ ଏଠାରେ ଥିବା ବିଭିନ୍ନ ବିଭାଗ ସେଠାକୁ ସ୍ଥାନାନ୍ତର ହେବ। ସେହିପରି ଶ୍ରୀମନ୍ଦିର କାର୍ଯ୍ୟଳୟ ପରିସର ରେ ଥିବା ଦେବୀ ଚର୍ଚ୍ଚିକା ଙ୍କ ମନ୍ଦିର କୁ ନୂଆ ରୂପ ଦିଆଯିବ। ଭକ୍ତ ମାନେ ଯେଭଳି ଭଲରେ ମା ଙ୍କୁ ଦର୍ଶନ କରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ଚୌହଦି ର ୭୫ ମିଟର ପରିଧି ରେ ଥିବା ସମସ୍ତ ମଠ , ଲଜିଂ , ଘରୋଇ ବାସଗୃହ ଉଛେଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

କଳାହାଣ୍ଡି ଇପିଏ ପୁରୀ ଇପିଏ ରୁସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.