ଶ୍ରୀମନ୍ଦିର ରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ

0 5

ଆଜି ପ୍ରଥମାଷ୍ଟମୀ। ଶ୍ରୀମନ୍ଦିର ରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି।

ନିଆଳି ରୁ ପ୍ରଭୁ ମାଧବାନନ୍ଦ ଜୀଉ ଙ୍କ ସେବାୟତ ଓ ସ୍ଥାନୀୟ ଲୋକ ମାନେ ଗୁଣ୍ତିଚା ମନ୍ଦିର ରେ ପହଂଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସେବକ ଓ ଭକ୍ତ ମାନେ ପତାକା ଓ ପାରମ୍ପରିକ ବାଦ୍ୟ , ନୃତ୍ୟ ରେ ପାଇକ ଆଖଡା, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀ ଙ୍କ ସଂକୀର୍ତ୍ତନ ରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଏହି ପଂଢୁଆ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟଳୟ ରେ ଦିଆଯାଇ ଥିଲା।

ମଙ୍ଗଳା ପୁରାଣ ରେ ମହାପ୍ରଭୁଙ୍କ ମାମୁ ଘର ନିଆଳି ର ମାଧବାନନ୍ଦ ଜୀଉ ବୋଲି ଉଳେଖ ରହିଛି। ପୂର୍ବରୁ ପଢ଼ୁଆଁ ଭାର ଆସୁଥିଲା। ତେବେ କେତେକ ସମସ୍ୟା ଯୋଗୁ ଏହା ଆସି ପରି ନ ଥିଲା। ଗତ2019 ମସିହାରେ ସ୍ଥାନୀୟ ଲୋକ ମାନେ ଏକାଠି ହୋଇ ପୁଣି ଏହି ପରମ୍ପରା ଆରଂଭ କରିଛନ୍ତି। ସେପଟେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କିଛି ପରମ୍ପରା ନ ଥିବା ସ୍ପଷ୍ଟୀକରଣ ଦିଆଯାଇଚି। ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ରେ ଏହି ପଢ଼ୁଆଁ ପରମ୍ପରା ଓ ମାଧବାନନ୍ଦ ଜୀଉ ମହାପ୍ରଭୁଙ୍କ ମାମୁ ଘର ବୋଲି କିଛି ଉଲେଖ ନାହିଁ। ଏଣୁ ଭକ୍ତ ମାନେ ଦାନ ଦେବା ହିସାବରେ ଏହି ସବୁ ସାମଗ୍ରୀ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.