ଷୋହଲ ସୁଆଙ୍ଗ ଦଣ୍ଡନାଟ ଏବେ ନୁଆଁ ରୂପରେ

0 117

ସୁବର୍ଣ୍ଣପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଲୋକକଳା ର ପୁନଃଉଦ୍ଧାର ପାଇଁ ସୁବର୍ଣ୍ଣପୁର ଜିଲ୍ଲା ର ମହାନ ହୃଦୟସ୍ପର୍ଶୀ ଲୋକକଳା ଷୋହଲ ସୁଆଙ୍ଗ ଦଣ୍ଡନାଟ ଏବେ ନୁଆଁରୂପରେ l ସୁବର୍ଣ୍ଣପୁର ଜିଲ୍ଲା ର ଲୋକନୃତ୍ୟ ଅନୁଷ୍ଠାନ ପଏଁରୀ ର ସମ୍ପାଦକ ତଥା ଲୋକକଳା ଗବେଷକ ଚୌଧୁରୀ ବିଭାର ଙ୍କ ତତ୍ୱାବଧାନରେ ଏବଂ ନୃତ୍ୟ ଗୁରୁ ନାଟ୍ୟଶ୍ରୀ ଗଦାଧର ବାରିକ ଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ଷୋହଲ ସୁଆଙ୍ଗ ଦଣ୍ଡନାଟ ର 16 ଟି ଲୋକକଳା କୁ ମଞ୍ଚ ମାଧ୍ୟମରେ ଏବଂ ଲୋକମାନଙ୍କୁ ମନକୁ ଜିଣିବା ପାଇଁ ଶିଷ୍ୟମାନଙ୍କୁ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ନୃତ୍ୟ ଓ ଗୀତର ଶିକ୍ଷା ଦିଆଯାଉଛି l ବୀଣାକର.. ବିନାକାରୁଣୀ, ଶବର.. ଶବରାଣୀ, ପତର ସଉଁରା.. ସଉଁରାଣୀ, ଫକୀର.. ଫକୀରାଣୀ, ଦିଅର.. ଭାଉଜ, ଶାଳୀ.. ଭିଣୋଇ, ବାଇଧନ, ଧୂପଖେଳ, ହର. ପାର୍ବତୀ, ପ୍ରଭା.. ପ୍ରଭାଣୀ ଆଦି ସୁଆଙ୍ଗ ଲୋକକଳା କୁ ସମସାମୟିକ ତଥା ନୃତ୍ୟ ରେ ଶିକ୍ଷା ଦାନ ଦିଆଯାଉଛି l ଏଥିରେଗୋଧନେଶ୍ୱର ଦଣ୍ଡ ନୃତ୍ୟ ଦଳ ବାସୁଦେବପୁର ଓ ବାବା ଗୁପ୍ତେଶ୍ୱର ଦଣ୍ଡ ନୃତ୍ୟ ଦଳ ମେଣ୍ଢାମାଳ ର ସମସ୍ତ ଲୋକ କଳାକାର ଉପସ୍ଥିତ ରହି ଗୁରୁଙ୍କ ଠାରୁ ଶିକ୍ଷା ନେଉଛନ୍ତି l

ଗୁରୁ ଗୋକୁଳ ମାଝୀ, ଭୂଷଣ ଦେହୁରୀ ସନନ୍ତ ବଘାର, ଅରୁଣ ମେହେର, ସୁରୁବାବୁ ମେହେର, ବିଘ୍ନରାଜ କର୍ଣ୍ଣ, ବୁଲୁ ବାଘ, ଶୁକୃ ବେହେରା, ଚନ୍ଦ୍ରଶେଖର କର୍ମୀ, ବଂଶୀଧର କବାଟ, ବିଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.