ସଂଗ୍ରାମପୁର ପଞ୍ଚାୟତ ହାଇସ୍କୁଲ ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

0 3

ସୁବର୍ଣ୍ଣପୁର : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ଭରତ ମେହେର ଙ୍କ ସଭାପତିତ୍ବ ରେ “ମୋ ସ୍କୁଲ ଅଭିଯାନ “କାର୍ଯ୍ୟକ୍ରମ କରାଯାଇଛି l ଏଥିରେ ଉପଦେଷ୍ଟା ତଥା ପ୍ରତିଷ୍ଠାତା ଶ୍ରୀ ଚେତାରାମ ପଟ୍ଟନାୟକ ସ୍କୁଲ ର ଇତିହାସ ଉପସ୍ଥାପନା କରିଥିଲେ l ରଜତ ଜୟନ୍ତୀ କମିଟି ର ସଭାପତି ଶ୍ରୀ ଅଭିମନ୍ୟୁ ଷାଣ୍ଢ ମଞ୍ଚ ପରିଚାଳନା କରିଥିଲେ l ସରକାରଙ୍କ ନିର୍ଦେଶୀତ ‘ମୋ ସ୍କୁଲ ‘ର ଲକ୍ଷ୍ୟ ଓ ଉଦ୍ୟେଶ୍ୟ ଉପରେ ପୁରାତନ ଛାତ୍ର ନିରଞ୍ଜନ ମେହେର ଆଲୋକପାତ କରିଥିଲେ l ଛାତ୍ର ସଂସଦ ତରଫରୁ ଶ୍ରୀ ତନ୍ମୟ ଭୋକ୍ତା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବାରେ ପ୍ରତିଶୁତି ଦେଇଥିଲେ l ସଭା ରେ ପ୍ରାୟ ପାଖାପାଖି ୧୫,୭୦୦ ଟଙ୍କା ‘ମୋ ସ୍କୁଲ ‘କୁ ଦାନ କରାଯାଇଛି l ଘୋଷଣା ମୁତାବକ ପରବର୍ତ୍ତୀ ସଭା ୧୧/୧୦/୨୦୨୧ (ସୋମବାର )ଦିନ ୧୦.୦୦ ରେ ଆୟୋଜନ ପାଇଁ ଯୋଜନା କରାଯାଇଛି l ଏଥିରେ ସ୍କୁଲ ର ସମସ୍ତ ଶିକ୍ଷକ ଏବଂ ପୁରାତନ ଛାତ୍ର ଅଜିତ ମେହେର, ପ୍ରଦୀପ ବେହେରା, ନରେଶ ପ୍ରଧାନ, ଘନଶ୍ୟାମ ବେହେରା, ହେମନ୍ତ କର୍ମୀ ଅଜିତ ମେଣ୍ଡିଲି ପ୍ରମୁଖ ସକ୍ରିୟ ଯୋଗଦାନ କରି ନିଜ ମତାମତ ପ୍ରଦାନ କରିଥିଲେ l ଶେଷରେ ସ୍କୁଲ ର ଖେଳ ଶିକ୍ଷକ ଶ୍ରୀ ନୟନ ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.