ସଂପ୍ରମାଣ ଦିଅ ଇସ୍ତଫା ନୁହେଁ ବାନ୍ଧିକି ଜେଲରେ ଭର୍ତ୍ତି କରିବେ ମୁଖ୍ୟମନ୍ତ୍ରୀ

0 848

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି ଉଲ୍ଲେଖ କରିଛନ୍ତି, ସ୍ଵରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇ ୭ଜଣ ନିରୀହ ଚାଷୀଙ୍କୁ ମାରି ଜେଲରେ ଅଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ଉପରେ ମକଦ୍ଦମା ହେଲା। ଆପଣଙ୍କ ମୂଲ୍ୟବାନ୍ ସମୟରୁ କିଛି ସମୟ ବାହାର କରି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼ାଇଲେ ଭଲ ହୁଅନ୍ତା। ଟ୍ରେନ୍‌ ଦୁର୍ଘଟଣାରେ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। ଆପଣଙ୍କ ସରକାର ଶାସନ କାଳରେ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ଆପଣଙ୍କ ମନ୍ତ୍ରିମଣ୍ଡଳରୁ କେତେଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ବୋଲି ପ୍ରଣବ ପଚାରିଛନ୍ତି। ଆହୁରି ଟୁଇଟ୍ କରି ସେ କହିଛନ୍ତି, କେନ୍ଦ୍ର ସରକାର ଚାଷୀ ଆଇନ ପ୍ରତ୍ୟାହାର କରିଛନ୍ତି। କିନ୍ତୁ ଭାରତବର୍ଷରେ ପ୍ରାଣ ହରାଇଥିବା ୭୫୦ ନିରୀହ ଚାଷୀଙ୍କ କଥା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ନୈତିକ ଦାୟିତ୍ଵ କାହା ଉପରେ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି।ଯଦି ମମିତା ମେହେର ହତ୍ୟା ଘଟଣାରେ ଆପଣ କିମ୍ବା ଆପଣଙ୍କ ଦଳ ଆସି ପୋଲିସ କିମ୍ବା ଉଚ୍ଚନ୍ୟାୟାଳୟରେ ଠୋସ୍ ପ୍ରମାଣ ଦିଅନ୍ତି, ଇସ୍ତଫା ନୁହେଁ ମୁଖ୍ୟମନ୍ତ୍ରୀ ଆମ ମନ୍ତ୍ରୀଙ୍କୁ ଜେଲରେ ଭର୍ତ୍ତି କରିବେ । ଯେତେ ପ୍ରଭାବଶାଳୀ ବ୍ୟକ୍ତି ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅତୀତରେ ଭୁଲ୍ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଆପଣ ସ୍ଵୀକାର କରିଥିବାରୁ ଧନ୍ୟବାଦ । ଏବେ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ରାଜ୍ୟବାସୀ ଜାଣିଥିବା କହିଛନ୍ତି।

ଯାଜପୁର ଇପିଏ ରୁ ମୃତ୍ୟୁଞ୍ଜୟ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.