ସଂସଦରେ ଉଠିବ ମମିତା ମେହେର ମୃତ୍ୟୁ ପ୍ରସଙ୍ଗ: ରଣଦୀପ ସିଂହ ସୁରଜେୱାଲା

0 6

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ମାମଲା ସଂସଦର ପ୍ରସଙ୍ଗ ହେବ। ଏଥି ପାଇଁ କଂଗ୍ରେସ ଅଧ୍ୟକ୍ଷା ଆମକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଗସ୍ତରେ ଥିବା କଂଗ୍ରେସ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ସୁରଜେୱାଲା କହିିଛନ୍ତି ଯେ, ଝିଅଙ୍କ ସୁରକ୍ଷା କ’ଣ ସରକାରଙ୍କ ଦାୟିତ୍ବ ନୁହେଁ? ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ କାହିଁକୁ ଚୁପ ବସିଛନ୍ତି? ବୋଲି ପ୍ରଶ୍ନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାଧ ବେଳେ ମୌନି ବାବା ପାଲଟି ଯାଉଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି।

ଶ୍ରୀ ସୁୁରଜେୱାଲା କହିଛନ୍ତି ଯେ, ‘ଓଡ଼ିଶାର ସତ୍ୟ ହେଉଛି ବିଜେଡିଠାରୁ ଝିଅ ବଞ୍ଚାଅ।’ ବିଜେଡି ସରକାରରେ ଅପରାଧ ଏକ ପେସା ହୋଇଯାଇଛି। ଓଡ଼ିଶାରେ ଦିନକୁ ୪ ଜଣଙ୍କର ହତ୍ୟା ହେଉଛି। ଦିନକୁ ୨୪ ମହିଳା/ଝିଅଙ୍କ ଉପରେ ଆକ୍ରମଣ ହେଉଛି। ସେହିପରି ୧୫ ଜଣ ମହିଳା ନିଖୋଜ ହେଉଛନ୍ତି। ଆମେ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଲୁ। ନବୀନ ବାବୁ ତାଙ୍କ କାନ୍ଦ ଶୁଣିଲେ ରାତିରେ ତାଙ୍କୁ ନିଦ ହେବନି, ସେ ମନ୍ତ୍ରୀଙ୍କୁ ଆଜି କାଢ଼ିଦେବେ।

ଅକ୍ଟୋବର ୮ ତାରିଖରେ ମମିତା ମେହେର ନିଖୋଜ ହେବାର ୫ ଦିନ ଥାନାରେ ମାମଲା ରୁଜୁ ହେଲା। ୧୭ ଅକ୍ଟୋବରରେ ଫିଲ୍ମ ଷ୍ଟାଇଲରେ ମୃତହେଦ ମିଳିଲା। ପୂରା ଦେଶ ଜାଣିଛି ଯେ, ସନସାଇନ୍‌ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଗିରଫ ହୋଇଛି। ମମିତାର ସାଙ୍ଗ ବି କହିଛି ଏହି ଶିକ୍ଷାନୁଷ୍ଠାନରେ ଯୌନ ଶୋଷଣ ହେଉଥିଲା। ଡବଲ ମର୍ଡର ମାମଲାରେ ପଂଚାୟତିରାଜ ମନ୍ତ୍ରୀଙ୍କ ନାଁ ରହିଲା, ନ୍ୟାୟ ପାଇଁ କୋର୍ଟ ଉପରେ ଭରସା କରିବାକୁ ପଡୁଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେଉ ଓ ତାଙ୍କୁ ବରଖାସ୍ତ କରାଯାଉ। ମମିତାର ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ମିଳୁ ବୋଲି ସେ ଦାବି କରିଛନ୍ତି।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.