ସଙ୍ଗୀତମୟ ଶ୍ରୀରାମ ଚରିତ ନବାହ୍ନ ପାରାୟଣ ଉଦଯାପନୀ ଉତ୍ସବ

0 14

ଶାରଦୀୟ ଦୁର୍ଗାପୂଜା ଅବସରରେ କୁମାରୀ ପୂଜନ

ଶାରଦା ଦେବୀ ରୋଡ଼ ସ୍ଥିତ ସୁନ୍ଦରକାଣ୍ଡ ଭବନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସଙ୍ଗୀତମୟ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ଉଦଯାପନୀ ଉତ୍ସବ ଦିବସ ପାଳିତ ହୋଇଯାଇଛି |ଉଦଯାପନୀ ଉତ୍ସବ ଅବସରରେ ରାମାୟଣର ଅନ୍ତିମ କାଣ୍ଡ ଉତ୍ତର କାଣ୍ଡ ପାଠ କରାଯାଇଥିଲା |ଏଥି ସହିତ ପ୍ରତିବର୍ଷ ପରି ଚଳିତ ବର୍ଷ ପରମ୍ପରା ଅନୁଯାୟୀ ଶାରଦୀୟ ଦୁର୍ଗାପୂଜା ଅବସରରେ କୁମାରୀ ମାନଙ୍କୁ ଦୁର୍ଗା ମାତାଙ୍କ ଅନ୍ୟ ଏକ ରୂପ ଭାବେ ମାନି କୁଙ୍କୁମ, ଅଳତା, ସିନ୍ଦୁର, ଚନ୍ଦନ, ନୂତନ ବସ୍ତ୍ରରେ ଅଳଙ୍କୃତ କାରାଯାଇଥିଲା |ଏହା ପରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବୈଦିକ ବ୍ରାହ୍ମଣ ମାନେ ମନ୍ତ୍ରପାଠ ପୂର୍ବକ କୁମାରୀ ମାନଙ୍କ ପୂଜନ କରାଯାଇଥିଲା |

ଏହି ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ କିପରି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିଥିଲେ |ସତସଙ୍ଗ ପରିବାର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କାର୍ତ୍ତିକ ପଣ୍ଡା, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ,ଧନ୍ଵଞ୍ଜୟ ମୁଣ୍ଡ,ଅଞ୍ଜଳି ମୁଣ୍ଡ,ଗଣେଶ୍ୱର ପଣ୍ଡା,ଶିବାନୀ ପଣ୍ଡା, ମନୋଜ କୁମାର ପଣ୍ଡା, ଦୀପକ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ |
କରୋନା ମହାମାରୀର ସମସ୍ତ ନିୟମକୁ ପାଳନ କରି କମ ସଦସ୍ୟଙ୍କ ଉପସ୍ଥିତ ଓ ନିଡ଼ାମ୍ବର ସହିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.