ସଜେଇ ହେଲାଣି କୋଣାର୍କ

0 7

କୋଣାର୍କ ଉତ୍ସବ ୨୦୨୧ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟ ରେ । କାରିଗର ମାନଙ୍କ ଦ୍ଵାରା ଓଡିଶାର କଳାକୃତି କୁ ନେଇ ମୁକ୍ତାକାଶ ରଙ୍ଗମଂଚ ସଜେଇ ହେଉଥିବା ବେଳେ ବାଲୁକା ଶିଳ୍ଫୀ ମାନଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ । ସେପଟେ କୋଭିଡ କଟକଣା ଭିତରେ ପାଳିତ ହେବ ଡାନ୍ସ ପେଷ୍ଟିଭାଲ ଓ ଅ।ର୍ନ୍ତାଜାତିକ ବାଲୁକା କଳା ମହୋତ୍ସବ । ପୂର୍ଵବର୍ଷ ଭଳି ମିନାବଜାର ଓ ଯାତ୍ରା ଉପରେ କଟକଣା ଜାରି କରାଯାଇଥିବା ବେଳେ ସାମାଜିକ ଦୂରତା, ମାକ୍ସ ପରିଧାନ ଓ ସାନିଟାଇଜର କୁ ଦିଅ।ଯାଇଛି ଗୁରୁତ୍ଵ । ଅ।ସନ୍ତା ଡିସେମ୍ଵର ୧ ତରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବ କୁ ମଧ୍ୟ ଆକର୍ଷଣୀୟ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି ।

୫ ଦିନିଅ। ଏହି କୋଣାର୍କ ଉତ୍ସବ ରେ ମୁକ୍ତାକାଶ ରଙ୍ଗ ମଂଚରେ ନାମିଦାମୀ କଳାକାର ମାନଙ୍କ ଦ୍ଵାର। ନୃତ୍ୟ ପରିବେଷଣ କରାଯିବା । ଏଥି ସହିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସଵ ରେ ଦେଶ ବିଦେଶର କଳାକାର ମାନେ ପ୍ରତିନିଧିତ୍ଵ କରିବେ ଏହି କାର୍ଯ୍ୟକ୍ରମରେ । ମୁକ୍ତାକାଶ ରଙ୍ଗମଂଚ ରେ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ଵାରା କଥକ,କୁଚୁପୁଡି,ଓଡିଶୀ ନୃତ୍ୟ,ଭାରତନାଟ୍ୟମ ପରିବେଷଣ କରାଯିବ।ଯେଉଁ ଥିରେ ଓଡିଶାର କଳା ସଂସ୍କୃତି ସହିତ ଭାରତୀୟ କଳା ସଂସ୍କୃତି କୁ ନୃତ୍ୟ ମାଧ୍ୟମ ରେ ପରିବେଷଣ କରିବେ ନୃତ୍ୟଙ୍ଗନା ମାନେ । ବିଶେଷକରି ଏହି ନୃତ୍ୟଶିଳ୍ପୀ ମାନେ ଛତିଶଗଡ,ତାମିଲନାଡୁ,କେରଳ, ଆସାମ,ପଶ୍ଚିମବଙ୍ଗ, ଗୁଜୁରାଟ ଓ ଦିଲ୍ଲିର ନୃତ୍ୟଶିଳ୍ପୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହେବ । ସେହିପରି ବାଲୁକା ମହୋତ୍ସବରେ ଅ।ନ୍ତର୍ଜାତିୟ ବାଲୁକା ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା ବାଲିରେ ଜିବନ୍ତ ଛବି କୁ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ । ଏହି ୫ ଦିନିଅ। ମହୋତ୍ସଵ ରେ ପ୍ରତ୍ୟେକ ଦିନ ବିଭିନ୍ନ ବିଷୟ କୁ ନେଇ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ଦେଖାଇବାର ସୁଯୋଗ ପାଇବେ । ସେପଟେ କୋଣାର୍କ ଉତ୍ସବ କିଭଳି ଭାବରେ ସୁଚାରରୂପରେ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲ। ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଟ୍ରାଫିକ ସମସ୍ୟା କିଭଳି ନ ଉପୁଜିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୋଣାର୍କ ଉତ୍ସବ କୁ ଅ।ସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଚି। କୋଭିଡ କଟକଣା କୁ ଗୁରିତ୍ଵ ଦିଅ।ଯାଇଛି । ମୁକ୍ତକାଶ ରଙ୍ଗମଂଚରେ ଛଅ ଶହ ଦର୍ଶକ ଙ୍କୁ ଅନୁମତି ଥିବା ବେଳେ ସାମାଜିକ ଦୂରତା, ମାକ୍ସ ଓ ସାନିଟାଇଜ କୁ ଗୁରୁତ୍ଵ ଦେଇ ସମସ୍ତ କାର୍ଯ୍ୟ ତ୍ଵରାନିତ ହେବ ବୋଲି କୁହାଯାଇଛି ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.