ସଠିପୁର ର୍ବ୍ରିଜ ପାଲଟିଛି ମରଣଯନ୍ତା

0 11

ଦୁର୍ଘଟଣା ର ଶିକାର ହେଉଛନ୍ତି ସହ ସହ ଲୋକ।ଜାତୀୟ ରାଜ ପଥ କର୍ତ୍ତୃ ପକ୍ଷ ଙ୍କ ନିଦ୍ରା ଭାଙ୍ଗୁ ନାହିଁ ଯାଜପୁର. ଯାଜପୁର ଜିଲା ରେ ଜାତୀୟ ରାଜ ପଥ ଗୁଡିକ ମରଣ ଯନ୍ତା ପlଲିଟିଚି l ଦୈନିକ ଛୋଟ ବଡ ଦୃର୍ଘଟଣା ମାନ ଘଟୁଛି ଜାତୀୟ ରାଜ ପଥ ର ମରାମତି ପାଇଁ ଜିଲା ର ବିଭିନ୍ନ ସଙ୍ଘଠନ ପକ୍ଷରୁ ଦାବୀ ହେଉଛି l ଅଭିଯୋଗ ପତ୍ର ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜାତୀୟ କର୍ତ୍ତୃପକ୍ଷ ନିକଟ କୁ ପେରିତ ହେଉଛି l କିନ୍ତୁ ଜାତୀୟ କର୍ତ୍ତୃ ପକ୍ଷ କୁମ୍ଭ କର୍ଣ ନିଦ୍ରା ରେ ଶୋଇଛି l ୧୬ , ୨୦ ଜାତୀୟ ରାଜ ପଥ ରେ ଦୃର୍ଘଟଣା ରେ ବହୁ ଲୋକ ପ୍ରାଣ ହରାଉଛନ୍ତି ଓ ଅକ୍ରମ୍ୟ ହେଉଛନ୍ତି ଜାତୀୟ କର୍ତ୍ତୃ ପକ୍ଷ ଙ୍କ ନିଘା ନାହିଁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଏ ସମ୍ପର୍କ ରେ କର୍ତ୍ତୃ ପକ୍ଷ ଙ୍କୁ ଚିଠି ଲେଖୁଛନ୍ତି ଓ କର୍ତ୍ତୃପକ୍ଷ ଙ୍କୁ ଆଣି ସ୍ପଟ ଭିଜିଟ କରିଛନ୍ତି l ତଥାପି କର୍ତ୍ତୃ ପକ୍ଷ କାର୍ଯ୍ୟ କରିବା ରେ ଟାଲ ଟୁଲ ନୀତି ଆପଣେଇ ନେଇ ଛନ୍ତି l ରାସ୍ତା ର ଶୋଚନୀୟ ଅବସ୍ଥା ଯୋଗୁଦୃର୍ଘଟଣା ର ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ଛକ ନିକଟରେ ୨ କ୍ୟାଣ୍ଟିନର ଗାଡି ମୁଁହାମୁହିଁ ଦୃଘଟଣା, ସୂଚନା ମୁତାବକ ଆଜି ଭୋର ୫ ସମୟରେ ସଠିପୁର ବ୍ରିଜ ଉପରେ ଭଦ୍ରକ ରୁ କଟକ ଅଭିମୁଖେ ଯାଉଥିବା ଏକ କ୍ୟାଣ୍ଟିନର ଭୁବେନେଶ୍ୱର ପଟୁ ଆସୁଥିବା ଏକ କ୍ୟାଣ୍ଟିନର କୁ ସାମ୍ନା ପଟୁ ଧକ୍କା ଦେଇଛି, ୨ କ୍ୟାଣ୍ଟିନର ସାମ୍ନାସାମ୍ନି ଧକ୍କା ଦେବା ଫଳରେ ୨ଡ୍ରାଇଭର ସମେତ ୨ଜଣ ହେଲ୍ପର ଆହତ ଅବସ୍ଥାରେ ଯାଜପୁର ଟାଉନ ମେଡ଼ିକାଲ କୁ ୧୦୮ ଆମ୍ବୁଲାନ୍ସ ରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପଠାଯାଇଛି।ଘଟଣା ସ୍ଥଳରେ ପାଣିକୋଇଲି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।ଦେଖି ବାକୁ ବାକି ରହିଲା କେବେ ଜାତୀୟ ରାଜ ପଥ କେବେ ନିଦ ଭାଙ୍ଗୁଛି l

ଯାଜପୁର ଇପିଏ ରୁ ସୁରେଶ କରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.