ସଡକଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର

0 10

ବ୍ରହ୍ମପୁର : ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତହୋଇ ଜଣେ ଯୁବକ ଅଚେତ ହୋଇ ରାଜ ପଥରେ ପଡ଼ିଥିଲେ । ଛତ୍ରପୁର ପୋଲିସ ପେଟ୍ରୋଲିଂ ସମୟରେ ଦେଖିବାକୁପାଇ ଉକ୍ତ ଯୁବକଙ୍କୁ ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ଅର୍ଥାତ ରବିବାର ସକାଳେ ଯୁବକର ସନ୍ଧାନ ମିଳିପାରିଥିଲା । ଯୁବକର ନାମ ତଥା ବାଇକ ଚାଳକ ଜି.ରାଜେନ୍ଦ୍ର ରେଡ୍ଡୀ, ଆଇ.ଆର.ଇ.ଛକ ଘଡ଼ଘଡାପଲ୍ଲୀ ଗ୍ରାମର ବୋଲି ଜଣାପଡିଛି । ସେ ଛତ୍ରପୁର ବାଇପାସ ସ୍ଥିତ ବାୟା-ରେଷ୍ଟୁରାଣ୍ଟ ରେ କାମ କରୁଥିବା ଲୋକ ବୋଲି କୁହାଯାଏ । ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ ସ୍ଥ ମା’ଉଜ୍ଵଲେଶ୍ୱରୀ ମନ୍ଦିର ଛକ ନିକଟରେ ସଡକ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିଥିଲେ । ଆଜି ସକାଳେ ଆହତ ଯୁବକଙ୍କ ଘର ସମ୍ପର୍କୀୟଲୋକ ଆସିଥିଲେ । ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ରାଜେନ୍ଦ୍ର ଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ଆମ୍ବୁଲାନ୍ସ ଯୋଗେ ପଠାଇଦିଆଯାଇଛି ବୋଲି ଛତ୍ରପୁର ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ମିଡ଼ିଆ କୁ ଏହି ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.