ସଡକସୁରକ୍ଷା ସକାଶେ ଗଞ୍ଜାମ ଜିଲ୍ଲାରେ “ରକ୍ଷକ” କାର୍ଯ୍ୟକ୍ରମ ଉଦଘାଟିତ

0 3

ମାଷ୍ଟର ଟ୍ରେନର୍ ମାନଙ୍କର ଦୁଇ ଦିନିଆ ପ୍ରଶିକ୍ଷଣ

ଗଞ୍ଜାମ ଜିଲ୍ଲାରେ ସଡକ ସୁରକ୍ଷା ସକାଶେ “ରକ୍ଷକ” କାର୍ଯ୍ୟକ୍ରମର ମାଷ୍ଟର ଟ୍ରେନର୍ ମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ । ହୋଇଯାଇଛି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ରାଜ୍ୟର ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ତାଲିମ୍ ପାଇବେ । ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ୍ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ । ଏହି ଅବସରରେ ଗୁରୁବାର ଦିନ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପରିବହନ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରିବାର ଆବଶ୍ୟକତା ରହିଛି । ନଚେତ୍ ସେମାନଙ୍କର ଅନେକ କ୍ଷତି ହେବା ସହିତ ଜୀବନ ବଞ୍ଚାଇବା କଷ୍ଟକର ହୋଇ ପଡିଛି । ଏଣୁ ପୋଲିସ୍ ଙ୍କୁ ଅପେକ୍ଷା ନକରି ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ସହିତ ତାର ଚିକିତ୍ସା ଦିଗରେ ପ୍ରଥମ ରକ୍ଷାକାରୀଙ୍କର ତାଲିମ୍ ଅପରିହାର୍ଯ୍ୟ । ଅଣ- ତାଲିମ୍ ପ୍ରାପ୍ତବ୍ୟକ୍ତି ଆହତଙ୍କର ଉପଯୁକ୍ତ ଯତ୍ନ ନେବା ଅସମ୍ଭବ । ତାଲିମ୍ ପ୍ରାପ୍ତ ବ୍ୟକ୍ତି ହିଁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ଉପଯୁକ୍ତ ଚିକିତ୍ସା ଓ ଯତ୍ନ ନେଇ ପାରିବେ । ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ଗୋଟିଏ ପରିବାରର କ୍ଷତି ନୁହେଁ । ଏହା ଦ୍ବାରା ସମାଜର ଅନେକ କ୍ଷତି ହେଇଥାଏ । ଏହା ଅର୍ଥନୀତିର ବଡ କ୍ଷତି ଘଟାଇଥାଏ । ଏଣୁ ସଡକ ଦୁର୍ଘଟଣାକୁ ରୋକିବା ସକାଶେ ସମସ୍ତେ ଏକାଠି ହେବା ଏବଂ ଏହି ଦିଗରେ କାର୍ଯ୍ୟ କରିବା । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ରେଡକ୍ରସ୍ ମାଧ୍ୟମରେ ଛତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବା ଜରୁରୀ ହୋଇପଡିଛି । ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ ଠାକୁର ପ୍ରସାଦ ପାତ୍ର ଯୋଗ ଦେଇ ଆହତ ବ୍ୟକ୍ତିଙ୍କର ତୁରନ୍ତ ଚିକିତ୍ସା ନିମନ୍ତେ ପ୍ରଥମ ଜୀବନ ରକ୍ଷାକାରୀ ପୋଲିସ୍ କୁ ଅପେକ୍ଷା ନକରି ଆହତ ବ୍ୟକ୍ତିଙ୍କର ଚିକିତ୍ସା ସକାଶେ ପଦକ୍ଷେପ ନେବା ଜରୁରୀ ଅଟେ । ତେବେଯାଇ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ପରିବହନ ବିଭାଗର ଯୁଗ୍ମ ଆୟୁକ୍ତ (ବୈଷୟିକ) ଧନଞ୍ଜୟ ସେନାପତି ପ୍ରଶିକ୍ଷକ ଭାବେ ଯୋଗଦାନ କରି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସୁରକ୍ଷା ଓ ଜୀବନ ବଞ୍ଚାଇବା ଦିଗରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ତାହା ପ୍ରଶିକ୍ଷଣ ମାଧ୍ୟମରେ ଜଣାଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗତକାଲି ରକ୍ଷକ କାର୍ଯ୍ୟକ୍ରମ ହୋଇଥିବା ଅବଗତ କରାଇବା ସହ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ । ପରିଶେଷରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ, ସଭ୍ୟସଭ୍ୟା,ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ରେଡକ୍ରସ୍ ବିଭାଗର କର୍ମକର୍ତ୍ତାଗଣଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଉଥିବା ମାଷ୍ଟର ଟ୍ରେନର୍ ଗଣ ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରଶିକ୍ଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.