ସଡକ ଦୁର୍ଘଟଣାରେ ଜୀବନ ରକ୍ଷକ ମାନଙ୍କ ପ୍ରଥମ ଭୂମିକା ଉପରେ ତାଲିମ୍‍

0 4

ଦେଶର ଦୈନିକ ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଧନ ଜୀବନ ହାନି ଘଟୁଥିବାରୁ ସେହି ସମୟରେ କ୍ଷତ ବିକ୍ଷତମାନଙ୍କ ପାଖରେ ତତକ୍ଷଣାତ ପହଞ୍ଚି ସେମାନଙ୍କ ଜୀବନ ରକ୍ଷା କରିବା ଉପରେ ତାଲିମ ପ୍ରଦାନ କରାଯାଇଛି l ସଡ଼କରେ ଦୁର୍ଘଟଣା ଘଟିଲେ ରାଜ୍ୟ ସଡକ ପରିବହନ କର୍ତ୍ତୃପକ୍ଷ ଓ ଭାରତୀୟ ରେଡ୍‍କ୍ରସ ସୋସାଇଟି, ଓଡିଶାର ମିଳିତ ପ୍ରଯୋଜନାରେ ରାୟଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତ ୨୯/୧୧/୨୧ରିଖ ଏବଂ ବିଷମକଟକରେ ଆଜି ତା ୩୦/୧୧/୨୧ରିଖ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ଶ୍ରୀ ଶଙ୍କର ପ୍ରସାଦ ଦ୍ୱିବେଦି ଯୋଗଦେଇ ନିଜର ସୁରକ୍ଷା ପାଇଁ ହେଲମେଟ ବ୍ୟବହାର ଉପରେ ଗୁରୁତ୍ୱ ଦେବା ସହ ଗାଡି ଚଳାଇବାବେଳେ ସତର୍କତା ଉପରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ଦୁର୍ଘଟଣା ସମୟରେ ପାଖରେ ଥିଲେ ସ୍ୱେଚ୍ଛାସେବୀ ହିସାବରେ ପ୍ରଥମ ଜୀବନ ବଞ୍ଚାଇବା ହେଉଛି ପ୍ରଥମ କର୍ତ୍ତବ୍ୟ, ସେହିପରି ଟାଉନ୍‍ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମୀରଞ୍ଜନ ପ୍ରଧାନ ଗାଡି ଚାଳକମାନଙ୍କ ବେପାରୁଆ ଓ ମଦପିଇ ଗାଡି ଚଳାଉଥିବା ହେତୁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବା ପ୍ରକାଶ କରିଥିଲେ । ସେହିପରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ସିଭିଲ ଡିଫେନ୍‍ସ ଅଫିସର, ଅପୂର୍ବ ପଟ୍ଟନାୟକ, ଡଃ. ରତିକାନ୍ତ ଦାଶ, ଅଭିଷେଖ ସିଂହ, ସତୃଘ୍ନ ବାରିକ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ । ଆର୍‍ଟିଓ ହେମେନ୍ଦ୍ରନାଥ ନାଏକ ଧନ୍ୟବାଦ ଦେଇଥିଲେ । ସେହିପରି ବିଷମକଟକ ଠାରେ ମଧ୍ୟନୁରୂପ ଭାବେ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ୍‍ ପ୍ରଦାନ କରିଥିଲେ ।
ରିପୋର୍ଟ:ତିରୁମାଲା ପ୍ରସାଦ ପଟ୍ଟନାୟକ

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.