ସନ୍ଦେହ ଜନକ ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 3

ସନ୍ଦେହ ଜନକ ଅବସ୍ଥାରେ ଯୁକ୍ତ ଦୁଇ ର ଛାତ୍ରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପୁରୀ ଜିଲ୍ଲା ନିମାପଡ଼ା ଗୁହାଳ ପଡା କୋଡ଼ ରୋଡ଼ ସ୍ଥିତ ସାଇ ବିଦ୍ୱାନ କୋଚିଙ୍ଗ ସେଣ୍ଟର୍ ରେ ପାଠ ପଢୁଥିବା ଯୁକ୍ତ ଦୁଇ ଛାତ୍ରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ନିମାପଡ଼ା ପୋଲିସ,। ଫ୍ୟାନ ରେ ନିଜ ଓଢଣି ରେ ବେକରେ ବାନ୍ଧି ଝୁଲନ୍ତା ଅବସ୍ଥାରେ ଥିବାବେଳେ ଗୋଡ଼ ଖଟରେ ଥିବା ବେଳେ ଅନ୍ୟ ଏକ ଗୋଡ଼ ତଳେ ଲାଗିଥିବା ଦେଖିବାକୁ ମିଳିଛି।

ଛାତ୍ରୀ ଜଣକ କୋଣାର୍କ ବାଲି ଦୋକାନ ନିକଟସ୍ଥ ବୁବୁଆ ଗ୍ରମର ସ୍ମୃତି ଛନ୍ଦା ସ୍ୱାଇଁ ବୋଲି ଜଣାପଡିଛି । ମୃତକ ଙ୍କ ପରିବାର ପକ୍ଷରୁ ନିମାପଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପୋଲିସ ପହଂଚି ସବୁକୁ ଉଧାର କରି ବ୍ୟବଛେଦ ପାଇଁ ପଠାଇଛି। ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଅଧିକ ତଦନ୍ତ ମୃତ୍ୟୁ ର କାରଣ ଜଣାପଡିବ ବୋଲି ପୋଲିସ କହିଛି।। ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି।

ପୁରୀ ଜିଲ୍ଲା ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.