ସବୁଜ ଛତ୍ରପୁରସହର ପାଇଁ ” ମୁକ୍ତା ” ଯୋଜନାରେ ୧କୋଟି୫୪ଲକ୍ଷ ଟଙ୍କା ଅନୁମୋଦନ

0 5

ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ବ୍ରିଟୀଶରାଜତନ୍ତ୍ର ସମୟର ଅଟେ । ଗଞ୍ଜାମ ମହକୁମା ଭାରତର ପ୍ରଥମ ଜିଲ୍ଲା ହେଡକ୍ୱାଟର ହୋଇଥିବା ବେଳେ ବ୍ରିଟୀଶ ମାନଙ୍କର ବସତି ଛତ୍ରପୁର ଭଳି ସବୁଜିମା ଓ ବାତାନୁକୂଳ ସ୍ଥାନ କୁ ବାଛିନେଇ ଏଠାରେ ରେସିଡେନ୍ସ ଚିଫ୍ ଓ ପରବର୍ତ୍ତୀ ସମୟରେ ଏହା କଲେକଟ୍ରେଟ ଗଠନ ହୋଇଥିବା ଗଞ୍ଜାମ ଗେଜେଟେଡ଼ରେ ଉଲ୍ଲେଖ ଅଛି । ଏହି ସହରର ର ଟାଉନ-ପ୍ଲାନିଂ ଏକ ନିଆରା ଓ ସ୍ୱତନ୍ତ୍ର ଅଟେ । ଯାହା ଏବେ ବି ବହୁ ବିଶେଷଜ୍ଞ ଙ୍କୁ ପ୍ରମାଣିତ କରେ । ଏହାର ନିକଟରେ ସୁଶୋଭିତ “ତାମ୍ପରା” ମଧୁରଜଳ ହ୍ରଦ, ଝାଉଁ, କିଆଁବଣ, କାଜୁତୋଟା ଆଦି ସବୁଜିମାର ଭରପୁର ପରିସରର ଛତ୍ରପୁର ସହର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆକୁଣ୍ଠିତ ଅବଦାନ ରହିଥିବା ଛତ୍ରପୁର ର ବିଜେଡି ନେତ୍ତୃବର୍ଗ ବର୍ଣ୍ଣନା କରିଛନ୍ତି । ଖୁବଶୀଘ୍ର ଛତ୍ରପୁର ଏନଏସି କୁ ତା’ର ସହରାଞ୍ଚଳ ଗାଇଡ଼ଲାଇନ ଅନୁଯାୟୀ ଏହାକୁ ମୁନିସିପାଲଟୀ ଭାବେ ପରିଗଣିତ ହେବା ଆଶା ରଖାଯାଇଛି ବୋଲି ବିଜେଡି ଆଇନ ସେଲ ପରାମର୍ଶ ଦାତା ଆଡ଼ଭୋକେଟ ବିଜୟ ପଟ୍ଟନାୟକ କହିଛନ୍ତି । ଏହି ସହରାଞ୍ଚଳର ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟସରକାରଙ୍କ ” ମୁକ୍ତା ” ଯୋଜନାରେ ୧ କୋଟି ୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ବଜେଟ ଅନୁମୋଦନ ହୋଇଥିବା ନେଇ ଶାସକ ନେତ୍ତୃବର୍ଗ ଖୁସିବ୍ୟକ୍ତ କରିଛନ୍ତି । ଛତ୍ରପୁର ବିଜ୍ଞାପିତ ଅଞ୍ଚଳପରିଷଦ ର ୨୪ ହଜାର ରୁ ଉର୍ଦ୍ଧ୍ବଜନସଂଖ୍ୟାବିଶିଷ୍ଟ ସହରର ସର୍ବମୋଟ ୧୪ ଟି ୱାର୍ଡ ସଂଲଗ୍ନ ଜନସାଧାରଣ ଙ୍କୁ ସୁବିଧା ଦୃଷ୍ଟି-ସ୍ଥାନରେ ମାଗଣାରେ ସୁବିଧା ଉପ-ଲବ୍ଧ ହେବା ଭଳି ବିଭିନ୍ନ ସ୍ଥାନରେ ଜିମ୍, ପାର୍କ, ସୌନ୍ଦର୍ଯ୍ୟକରଣ ସ୍ପଟ୍, ବରିଷ୍ଠ ନାଗରିକ ଙ୍କ ପାଇଁ ବସାଉଠା, ଭ୍ରମଣ ପରିକ୍ରମା ପାର୍କ, ଶିଶୁକ୍ରୀଡା ଉଦ୍ୟାନ ଆଦି ହେବାର ଏକ ପାଇଲଟ ପ୍ରୋଜେକ୍ଟ ପ୍ଲାନ ହୋଇଥିବା ଘୋଷଣା କରାଯାଇଛି । ଏନେଇ ଶୁକ୍ରବାର ଅପରାହ୍ନରେ ଛତ୍ରପୁର ସ୍ଥିତ ଗୌରୀଶଙ୍କର କଲ୍ୟାଣ ମଣ୍ଡପ ଠାରେ ଦଳୀୟ ସଭା ରେ ଗଣମାଧ୍ୟମ କୁ ସୂଚନା ନିମନ୍ତେ ଏକ ପ୍ରେସମିଟ୍ ସହ ସମାହିତ ହୋଇଛି । ଛତ୍ରପୁର ର ବିକାଶ ଦିଗରେ ପ୍ରତୀକ ଦୃଷ୍ଟି ଥିବାଯୋଗୁଁ ଏହି ସମେଳନରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ତାଙ୍କ ନିଜସ୍ୱବକ୍ତବ୍ୟ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଙ୍କୁ ସଧୂବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟସରକାରଙ୍କ ” ମୁକ୍ତା “ଘୋଷଣା ନାମରେ ଏହି ପ୍ରତିପାଦନ ସଭାରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ନଗର-ସଭାପତି ବି.ରାଜିବାବୁ, ଏସେଚଜି ମହିଳା ସଂଗଠିକା ପୂର୍ଣ୍ଣବାସୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ରାଜେଶ ସାହୁ, କିଶୋର ସେନାପତି, ଟି. ଭେଙ୍କେଟ ରାଓ, ଟି.ଜଗଦୀଶ ରାଓ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଛତ୍ରପୁର ଏନ.ଏ.ସି.ର ଯୁବ ସଭାପତି ତଥା ସଂଗଠକ ଟି. ଚନ୍ଦ୍ରଶେଖର ରାଓ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁରବ୍ଳକ୍ ଟ୍ରକ ଆସୋସିଏସନ ର ସାଧାରଣ ସମ୍ପାଦକ ତଥା ସମାଜସେବୀ ଅହିଭୂଷଣ ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.