ସମୁଦ୍ର ଲଘିଂଛି ସ୍ଥଳଭୂମି ଆତଙ୍କିତ ରେ ଏରସମା ର ତିନି ପଞ୍ଚାୟତ
କୂଳ ଖାଉଛି ସମୁଦ୍ର।ମାଡି ଆସୁଛି ସମୁଦ୍ର ଜୁଆର। ଆଶଙ୍କା, ଆତଙ୍କ ଓ ଭୟରେ ସମୁଦ୍ରକୂଳିଆ ଅଞଳବାସୀ।ବିପଦରେ ଶିଆଳୀ ସମୁଦ୍ରବେଳାଭୂମୀ।ଏପରି ଭୟାତୁର ପରିସ୍ଥିତି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତର ଶିଆଳୀ ସମୁଦ୍ରବେଳାଭୂମୀରେ।
ମାନଚିତ୍ରରେ ସ୍ଥାନ ପାଇଛି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ମନୋରମ ସମୁଦ୍ରବେଳାଭୂମୀ ଶିଆଳୀ।ଅଗଭିର ସମୁଦ୍ର, ନିଳ ଜଳରାଶି, ଉତ୍ତାଳ ତରଙ୍ଗମାଳା ଓ ରୁପେଲି ଢେଉ ସାଙ୍ଗକୁ ବିସ୍ତୀର୍ଣ୍ଣ ସମୁଦ୍ରବେଳାଭୂମୀ ଓ ଝାଉଁ ଜଙ୍ଗଲ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଥିବା ବେଳେ ଦୈନିକ ପର୍ଯ୍ୟଟକଙ୍କ ଭିଡ ଜମେ ଏଠାରେ।ପର୍ଯ୍ୟଟନସ୍ଥଳୀ ଶିଆଳୀ ଭିତିଭୂମୀର ବିକାଶ ପାଇଁ ରାଜ୍ୟ ସରକାର କିଛିଟା ପଦକ୍ଷେପ ନେଇଛନ୍ତି।ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଠୋସ ପଦକ୍ଷେପ ନେଇନଥିବାରୁ ଶିଆଳୀ ପର୍ଯ୍ୟଟନସ୍ଥଳୀ ପ୍ରତି ବିପଦ ସୃଷ୍ଟି ହୋଇଛି।ଗତ ତିନି ଦିନ ମଧ୍ୟରେ ସମୁଦ୍ର କୂଳ ଜନବସତି ଆଡକୁ ମାଡି ଆସୁଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।ପଦ୍ମପୁର ପଞ୍ଚାୟତର ଶିଆଳୀ,କଳାବେଦୀ,ରାମତରା,କିଆମୁଣ୍ଡି,ପଦ୍ମପୁର ଆଦି ଗାଁରେ ଭୟର ବାତାବରଣ ଦେଖାଦେଇଛି। ସମୁଦ୍ରବେଳାଭୂମୀରେ ଥିବା ଭିୟୁ ଟାୱାରର ଅଧା ଅଶଂ ସମୁଦ୍ର ଗର୍ଭକୁ ଯାଇ ସାରିଛି। ସମୁଦ୍ର ଜୁଆରମାଡି ଆସି ସମଗ୍ର ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିଛି।ଭିୟୁ ଟାୱାର ସମୁଦ୍ର ଜୁଆରରେ ଶିଆଳୀ ସମୁଦ୍ରବେଳାଭୂମୀ କୂଳଖାଇ ଭିୟୁ ଟାୱାର ଭୁଷୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି।
ଏଠାରେ ଭିୟୁ ଟାୱାର ନିର୍ମାଣ କରାଯାଇଥିବା ବେଳେ ଏହା ଏବେ ଭୁଷୁଡି ପଡିବା ଆଶଙ୍କା ସୃଷ୍ଟି ହୋଇଛି।ଦେବୀ ନଦୀ ମୁହାଣ ଠାରୁ ଜଟାଧାର ମୁହାଣ ପର୍ଯ୍ୟନ୍ତ ଦୀର୍ଘ୩୦କିଲୋମିଟର ସମୁଦ୍ରବେଳାଭୂମୀର ସୁରକ୍ଷା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ସରକାର ଏହା ଉପରେ ଠୋସ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି।ଶିଆଳୀ ସମୁଦ୍ରବେଳାଭୂମୀ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ପରେ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହୋଇଛି।ଗତ୩ଦିନ ଧରି ସମୁଦ୍ର ଜୁଆରମାଡି ଆସି ଭିୟୁ ଟାୱାରକୁ ଧୋଇ ନେବାକୁ ବସିଥିବା ବେଳେ ଏହି ବେଳାଭୂମିର ସୁରକ୍ଷା ଦାୟିତ୍ୱରେ ଥିବା ସାଲାଇନ ଜଳସଂପଦ ବିଭାଗ ଏବେ ଛୋଟ ଛୋଟ ବାଲି ଅଖା ପକାଇ ସମୁଦ୍ର ଢେଉକୁ ରୋକିବାକୁ ଉଦ୍ୟମ କରିବାକୁ ସ୍ଥାନୀୟ ଜନପ୍ରତିନିଧି ବିରୋଧ କରି ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି।ଏପରିକି ଜିଲ୍ଲାପାଳ,ବିଧାୟକ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି ବୋଲି ଜଣାଇଛନ୍ତ ।ସମୁଦ୍ର କୂଳଖାଇ ମାଡି ଆସି ଶିଆଳୀ ସମୁଦ୍ରବେଳାଭୂମୀ ଓ ଆଖପାଖ ଅଞ୍ଚଳରେ ବିପଦ ସୃଷ୍ଟି କରିଥିବା ବେଳେ ଏରସମା ଲୁଣାଞଳ ଜଳସଂପଦ ବିଭାଗୀୟ ଅଧିକାରୀ ଉଚ୍ଚପଦାଧୀକାରୀଙ୍କୁ ଏସଂପର୍କରେ ଜଣାଇଛୁ ସେମାନେ ଯାହା କରିବେ କହି କ୍ୟାମେରା ଆଗରୁ ମୁହଁ ଲୁଚାଇଛନ୍ତି। ଆଗକୁ କି ପଦକ୍ଷେପ ନିଆଯାଉଛି ତାହା ଦେଖି ବାକୁ ବାକି ରହିଲା।
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଇପିଏରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

