ସରକାରଙ୍କର ସର୍ବଶିକ୍ଷା ଅଭିଯାନ ରେ ସଭିଏଁ ପଢିବା ସଭିଏଁ ବଢିବା ଓ 5T

0 7

ସରକାରଙ୍କର ସର୍ବଶିକ୍ଷା ଅଭିଯାନ ରେ ସଭିଏଁ ପଢିବା ସଭିଏଁ ବଢିବା ଓ 5T କୁ ନେଇ ଡିଂଡିମ ପିଟୁଥିବା ବେଳେ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଉମାଦେଇପୁର୍ ଗ୍ରାମପଞ୍ଚାୟତ ର ଉମାଦେଇପୁର୍ ଗ୍ରାମରେ ଥିବା ହରିଶ୍ଚନ୍ଦ୍ର ନୋଡ଼ାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ,ପାନ୍ଧଡ଼ା ରେ ଦେଖିବାକୁ ମିଳିଛି ତାର ନଗ୍ନ ଚରିତ୍ର | ଏହି ବିଦ୍ୟାଳୟ ଆଜି କୁ ପ୍ରାୟ 58 ବର୍ଷ ଅତିବାହିତ କରିବ,ଏଠି ପୂର୍ବରୁ ପାଠ ପଢି ବହୁ ଛାତ୍ର ଓ ଛାତ୍ରୀ IS, OS, IPS ଓ ଶିକ୍ଷକ ହୋଇ ଅଛନ୍ତି | ବର୍ତମାନ୍ ଉକ୍ତ ବିଦ୍ୟାଳୟ ରେ ନବମ ଓ ଦଶମ ଶ୍ରେଣୀ ରେ ପ୍ରାୟ ଦୁଇ ସହ ପଚାଶରୁ ଅଧିକ ଛାତ୍ର ଓ ଛାତ୍ରୀ ପ୍ରାୟ କୋଡିଏ ଟି ଗ୍ରାମରୁ ଆସନ୍ତି ପାଠ ପଢିବାକୁ ମାତ୍ର ଏ ବିଦ୍ୟାଳୟ ରେ ନା ଅଛନ୍ତି ପ୍ରଧାନ ଶିକ୍ଷକ ନା ଅଛନ୍ତି ସହକାରୀ ଶିକ୍ଷକ ନା ଅଛନ୍ତି କିରାଣି,, ଜଣେ ଶିକ୍ଷକ ରେ ଚାଲିଛି ବର୍ଷ ବର୍ଷ ଧରି ବିଦ୍ୟାଳୟ ରେ ପାଠ ପଢା ଓ ସରକାରଙ୍କର ବିଭିନ୍ନ ପ୍ରକାରର ବିଦ୍ୟାଳୟ ଜନିତ କାର୍ଯ୍ୟ | ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟ ରେ ଜଣେ ପ୍ରଧାନ ଶିକ୍ଷକ,ଜଣେ ଗଣିତ(pcm ) ଶିକ୍ଷକ,ଜଣେ ବିଜ୍ଞାନ(CBZ) ଶିକ୍ଷକ,2 ଜଣ ଇଂଲିଶ ଓ ଓଡ଼ିଆ ପାଇଁ (ARTS )ଶିକ୍ଷକ,ଜଣେ ସଂସ୍କୃତ,ଜଣେ ହିନ୍ଦୀ ଶିକ୍ଷକ ଓ ଜଣେ କିରାଣି ଏବଂ ତିନି ଜଣ ପିଅନ—ସର୍ବ ମୋଟ୍ 12 ଜଣ ଷ୍ଟାଫ ରହିବା କଥା ମାତ୍ର ଅଛନ୍ତି ଜଣେ ARTS ର ଇଂରାଜୀ ଶିକ୍ଷକ,ଜଣେ ପୀ. ଟୀ. ଶିକ୍ଷୟତ୍ରୀ ଓ ଦୁଇ ଜଣ ପିଅନ,ଏମାନଙ୍କୁ ନେଇ ନିର୍ଭର କରୁଛି ପିଲା ମାନଙ୍କ ର ଭାଗ୍ୟ ଓ ଭବିଷ୍ୟତ,ନା ଠିକ୍ ଭାବରେ ପଢି ପାରୁଛନ୍ତି ଗଣିତ,ସଂସ୍କୃତ,ହିନ୍ଦୀ ଓ ବିଜ୍ଞାନ | ଯଦିଓ ଜଣେ ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇଥିଲେ ସେ ମାତ୍ର 4 ମାସ ରହିବା ପରେ ଉକ୍ତ ବିଦ୍ୟାଳୟ ରେ ଶିକ୍ଷକ ନ ଥିବା ସତ୍ବେ ସବୁବର୍ଗର ଶିକ୍ଷକ ଥିବା ଶିର୍ଷା ସରକାରୀ ବିଦ୍ୟାଳୟ କୁ ଓ ଜଣେ ଶିକ୍ଷୟିତ୍ରୀ ଙ୍କୁ deputetion ହେବା କେତେ ଦୂର ଯୁକ୍ତି ଯୁକ୍ତ |
ଏହି ବିଷୟ କୁ ନେଇ ସାଧାରଣ ରେ ଚର୍ଚାର ବିଷୟ ପାଲଟିଛି ଏବଂ ଏହା ଉପରସ୍ଥ କର୍ମଚାରୀ ଙ୍କ ସହିତ ମଧୁ ଚନ୍ଦ୍ରିକା ଭଳି ଜଣା ପଡ଼ୁଛି |
ଯଥା ଶୀଘ୍ର ଏହାର ପ୍ରତିକାର ଉପରସ୍ଥ ଶିକ୍ଷା ବିଭାଗର କର୍ମଚାରୀ ଙ୍କ ଦ୍ବାରା କରା ନ ଗଲେ ଆଗାମୀ ଦିନରେ ଏହା ଜନ ଆନ୍ଦୋଳନ ରେ ପରିଣତ ହେବ ବୋଲି ମଧ୍ୟ ସାଧାରଣ ରେ ଚର୍ଚା ହେଉଛି | ଏ ବିଷୟରେ ବାରମ୍ବାର ଉପରସ୍ଥ ଅଫିସର ମାନଙ୍କୁ ଶିକ୍ଷକ,କମିଟୀ ସଭ୍ୟ ଓ ଗ୍ରାମବାସୀ ମାନେ ଜଣାଇ ଥିଲେ ମଧ୍ୟ ବର୍ତମାନ ସୁଦ୍ଧା କିଛି ସୁ ଫଳ ମିଳିନାହିଁ ।

ମୟୁରଭଂଜ ଜିଲ୍ଲାରୁ ମାନଗୋବିନ୍ଦ ପାଣିଗ୍ରାହି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.