ସରକାରଙ୍କୁ ଦୁଃଖ ଜଣାଇଲେ ୧୮୩ ସମବାୟ ସମିତିର ସମ୍ପାଦକ

0 10

ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଥିବା ୧୮୩ଗୋଟି ସମବାୟ ସମିତିର ସମ୍ପାଦକ ମାନେ ୫ ଦଫା ଦାବି ନେଇ ସରକାରଙ୍କୁ ନିଜର ଅଳି କରିଛନ୍ତି । ଏ ନେଇ ପରଜଙ୍ଗ ଥାନା ବାରିହାପୁର ଗାଁ ନିକଟରେ ସମବାୟ ସମିତିର ସଭାପତି ଗିରଶ ଚନ୍ଦ୍ର ଖିଲାରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ ଢେଙ୍କାନାଳ-ଅନୁଗୁଳ ଜିଲ୍ଲାର ସମସ୍ତ ୧୮୩ ଜଣ ସମବାୟ ସମିତିର ସମ୍ପାଦକ ଉପସ୍ଥିତ ରହିଥିଲେ । ପ୍ରଥମତଃ ଓଡିଶା ସମବାୟ ନିବନ୍ଧକଙ୍କ ଚିଠି ସଂଖ୍ୟା ୧୪୩୯୩ ଅନୁଯାୟୀ ପ୍ରତି ସମବାୟ ସମିତି ସରକାରଙ୍କ ପକ୍ଷରୁ ନୂତନ ଭାବେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ପଦବୀକୁ ରଦ୍ଦ କରାଯାଉ । ୨ୟତଃ ,ସମସ୍ତ କର୍ମଚାରୀଙ୍କର ଦରମା ବୃଦ୍ଧି ଓ ଭତ୍ତା ଲାଗୁ କରାଯାଉ । ୩ୟତଃ ,ସମବାୟ ପାଣ୍ଠି କାର୍ଯ୍ୟକାରୀ ଓ ଏକ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ ପ୍ରଦାନ ।

୪ର୍ଥତଃ ,କର୍ମଚାରୀଙ୍କ ମୃତ୍ୟୁଜନିତ ପ୍ରୋତ୍ସାହନ ରାଶି ଓ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା କରାଯାଉ । ୫ମତଃ ,ସମବାୟର ତ୍ରିସ୍ତର ବ୍ୟବସ୍ଥାକୁ ଅନ୍ୟ ରାଜ୍ୟ ଭଳି ଦୁଇ ସ୍ତରୀୟ ବ୍ୟବସ୍ଥା କରାଯିବା ଆଦି ୫ଦଫା ଦାବି ଉପସ୍ଥାପନା କରିଥିଲେ । ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ସମସ୍ତ ସମବାୟ ସମିତି ଗୁଡିକରୁ କଲମ ଛାଡ଼ ଆନ୍ଦୋଳନ ସହିତ ସମସ୍ତ ଅଫିସ କାର୍ଯ୍ୟ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

କାମାକ୍ଷାନଗର ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.