ସରକାରୀ ସହାୟତା ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ଦାବି

0 3

ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ ସରକାରୀ ସହାୟତା ପାଇଁ ପୋଲସରା ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ଥପଲ୍ଲୀ , ଉସ୍ତାପଡା ଓ ମୁକ୍ତାମାଳା ଦେଇ ପୁର ଶାସନ ଗ୍ରାମର ଚାଷୀ ମାନେ ସ୍ଥାନୀୟ ଚ
ତହସିଲଦାର ଙ୍କୁ ଭେଟି ଗୋଟିଏ ଦାବି ପତ୍ର ଦେଇଛନ୍ତି। ଉକ୍ତ ଦାବି ପତ୍ର ରେ ଚାଷୀ ମାନେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ୧୧ ତାରିଖ ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତାଙ୍କର ଧାନ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ଏହା ବ୍ୟତୀତ ରବି ଚାଷ ପାଇଁ ବୁଣିଥିବଖ ବିହନ ମଧ୍ୟ ନଷ୍ଟ ହୋଇଯାଇଛି। ଏଣୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ତହସିଲଦାର ଦିଲିପ କୁମାର ନାୟକ ଙ୍କୁ ଜଣାଇଛନ୍ତି। ଚାଷୀ ମାନଙ୍କ ଦରଖାସ୍ତ ପାଇବା ପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି। ଆଜି କବିରାଜ ଗୌଡ , ଯୋଗେନ୍ଦ୍ର ସ୍ୱାଇଁ , ମୃତ୍ୟୁଞ୍ଜୟ ସ୍ୱାଇଁ , ପଞ୍ଚାନନ ସ୍ୱାଇଁ , ବିଷ୍ଣୁ ପ୍ରିୟା ସ୍ୱାଇଁ , ଦୁର୍ଯ୍ୟୋଧନ ରାଉତ , ବାଉରୀ ବନ୍ଧୁ ସ୍ୱାଇଁ , ଭାରତୀ ସ୍ୱାଇଁ , ଜିତେନ୍ଦ୍ର ସ୍ୱାଇଁ ଏବଂ ଜମ୍ଭୁ ରାଉତଙ୍କ ସମେତ ଶତାଧିକ ଚାଷୀ ତହସିଲଦାର ଙ୍କୁ ସାକ୍ଷାତ କରିଥିଲେ।

ପୋଲସରା ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ​ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.