ସରକାର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଥିବା ବେଳେ:୬୦ ପ୍ରତିଶତ ପିଲା ଅଧାରୁ ପଢାଛଡୁଛନ୍ତି

0 12

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଙ୍କ #5T ଅଧୀନରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ସମେତ ରାଜ୍ୟର ଶିକ୍ଷା ଭିତ୍ତିଭୂମିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଛି। ଏଭଳି ଅଭିନବ ପରିକଳ୍ପନାକୁ କାର୍ଯ୍ୟକାରୀ କରି ଓଡ଼ିଶା ସାରା ଦେଶରେ ଏବେ ଉଦାହରଣ ସୃଷ୍ଟି କରିବାକୁ ଯାଉଥିବା ସରକାର ସାମ୍ବାଦିକ ମାନଙ୍କ ଦ୍ଵାରା ମିଡିଆରେ ପ୍ରଚାର ଚଳାଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ପିଲା ମାନେ ପଠପଢା ଛାଡି ରୋଜଗାର କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି ହେବା ସରକାରଙ୍କ ଅସଲ ଚେହେରା ଲୋକଲୋଚକୁ ଆସିଛି। କେନ୍ଦୁଝର ଜିଲ୍ଲା ୧.୮୦ ଲକ୍ଷ ପିଲା ପାଠ ଛାଡ଼ିବା ପ୍ରସଙ୍ଗରେ ସାମ୍ନାକୁ ଆସିଲା ସତ
କଲେଜରେ ପଢ଼ିବାକୁ ଇଚ୍ଛା ଅଛି। ମାତ୍ର ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ। ବାପା, ମା’ କାମ କରି ଯେତିକି ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳୁଛି। କଲେଜରେ ପଢ଼ିବା ପାଇଁ ଅଧିକ ପଇସା ଦରକାର। ଯାହାକି ସେମାନେ ଦେଇପାରିବେ ନାହିଁ। ତା’ପରେ ଗାଁଠାରୁ କଲେଜର ଦୂରତା ଅଧିକ ହୋଇଥିବାରୁ ଯିବା ଆସିବାରେ ବି ଅସୁବିଧା ହେବ। ତେଣୁ ଆଉ ଆଗକୁ ପଢ଼ିପାରୁନି। ଚଳିତବର୍ଷ ମାଟ୍ରିକ୍‌ ପାସ୍‌ ପରେ ପାଠପଢ଼ା ଛାଡ଼ିଥିବା କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ କୋଡ଼ିପଶା ଗାଁର ଜଗନ୍ନାଥ ଜୁଆଙ୍ଗଙ୍କ ଝିଅ ପାର୍ବତୀ ଜୁଆଙ୍ଗ ଏହା କହିଛନ୍ତି। କେବଳ ପାର୍ବତୀ ନୁହନ୍ତି, ତାଙ୍କରି ପଡାର ଅମିତା ଜୁଆଙ୍ଗ ଓ ଲକ୍ଷ୍ମୀ ଜୁଆଙ୍ଗଙ୍କ ପାଠପଢ଼ାରେ ମଧ୍ୟ ଡୋରି ଲାଗିଛି। ଆଗକୁ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ସେମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛି। ଯେଉଁଥିପାଇଁ ସେମାନେ ପାଠପଢ଼ାରୁ ବଞ୍ଚିତ ହୋଇଥିବା କହିଛନ୍ତି। ଏହା କେବଳ ଗୋଟିଏ ଗାଁର ଚିତ୍ର। ଯଦି ରାଜ୍ୟର ପ୍ରତି ଗାଁରେ ଗୋଟିଏ ଦୁଇଟି ପିଲା ଅଧାରୁ ପାଠପଢ଼ା ଛାଡ଼ିଥିବେ ତେବେ ସଂଖ୍ୟା କେତେ ହେବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଆହୁରି ଚାଞ୍ଚଲ୍ୟକର ତଥ୍ୟ ଅନୁଯାୟୀ ଆଦିବାସୀ ଅଞ୍ଚଳର ବହୁ ପିଲା ମାଟ୍ରିକ୍‌ ପରେ ପାଠପଢ଼ା ଛାଡ଼ିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ପଢ଼ୁଥିବା ୬୦% ଛାତ୍ରଛାତ୍ରୀ ମା‌ଟ୍ରିକ୍‌ ପରେ ପାଠପଢ଼ାରୁ ଦୂରେଇ ଯାଇଛନ୍ତି। ବିଭାଗ ଅଧୀନ ବିଭିନ୍ନ ଆଶ୍ରମ ସ୍କୁଲରେ ରହି ପଢ଼ୁଥିବା ୩୦ ହଜାର ପିଲାଙ୍କ ମଧ୍ୟରୁ ୧୩ ହଜାର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ବାକି ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। କେନ୍ଦୁଝର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଜପତି ପ୍ରଭୃତି ଜିଲ୍ଲାରେ ଆଦିବାସୀ ପିଲାଙ୍କ ଡ୍ରପ୍‌ ଆଉଟ୍‌ ଅଧିକ ରହିଛି। ମାଟ୍ରିକ୍‌ ପାସ୍‌ କରିବା ପରେ ପିଲା ଡ୍ରପ୍‌ ଆଉଟ୍‌ ହୋଇନାହାନ୍ତି। ବରଂ ଅନ୍ୟାନ୍ୟ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏଣୁ ସର୍ଭେ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଗତ ଅକ୍ଟୋବର ୩୧ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ମାଟ୍ରିକ୍‌ ପରେ ୧ ଲକ୍ଷ ୮୦ ହଜାର ପିଲା ପାଠପଢ଼ା ଛାଡ଼ିଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ମନ୍ତ୍ରୀ ଶ୍ରୀ ଦାଶ ଏଭଳି କହିଥିଲେ। ହେଲେ କିଏ, କେଉଁଠି ଓ କିଭଳି ସର୍ଭେ କରି ସରକାରଙ୍କୁ ଏବିଷୟରେ ଜଣାଇଥିଲେ କେଜାଣି, ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ମାଟ୍ରିକ୍‌ ପାସ୍‌ ପରେ ଲକ୍ଷାଧିକ ଛାତ୍ରଛାତ୍ରୀ ପାଠ ଛାଡିବା ସଂକ୍ରାନ୍ତରେ ଆହୁରି ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନ୍ୟାନ୍ୟ ପାଠ୍ୟକ୍ରମରେ ପିଲା ପଢ଼ୁଥିବା ନେଇ ମନ୍ତ୍ରୀ ଶ୍ରୀ ଦାଶ ଯେଉଁ ସଫେଇ ଦେଇଥିଲେ, ତାହା ବି ସମସ୍ତଙ୍କୁ ବିସ୍ମିତ କରୁଛି। ‘ସମ୍ବାଦ’ ପକ୍ଷରୁ ଏହି ଗ୍ରାମର ଅଭିଭାବକ ହରିହର ଜୁଆଙ୍ଗଙ୍କୁ ପଚାରିବାରୁ ସେ ଅନ୍ୟାନ୍ୟ ପାଠ୍ୟକ୍ରମ ଓ ସରକାରୀ ବ୍ୟବସ୍ଥା ସଂପର୍କରେ କିଛି ବି ଜାଣିନଥିବା କହିଥିଲେ। କେତେଜଣ ଅଭିଭାବକ ପିଲାଙ୍କୁ ୧୮ ବର୍ଷ ବୟସ ହୋଇ ନ ଥିବାରୁ ସିଲେଇ ମେସିନ୍‌ ତାଲିମ ନେଇପାରିବେ ନାହିଁ ବୋଲି କହିଥିଲେ। ଡିଡିୟୁ-ଜିକେୱାଇ ସମ୍ପର୍କରେ ପଚରାଯିବାରୁ ଏହା କ’ଣ ବୋଲି ସେମାନେ ଓଲଟି ପ୍ରଶ୍ନ କରିଥିଲେ। ମାଟ୍ରିକ୍‌ ପରେ ପିଲାଙ୍କ ଧନ୍ଦାମୂଳକ ଶିକ୍ଷା ଗ୍ରହଣ ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ବାରୋପ କରୁଥିବା ବେଳେ ଏହା ତୃଣମୂଳସ୍ତରରେ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ବୁଝାପଡେ।

ଶିକ୍ଷାବିତ୍‌ ମାନଙ୍କ ମତରେ ଆଦିବାସୀ ଅଞ୍ଚଳରେ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେମାନେ ପିଲାଙ୍କୁ ଉଚ୍ଚଶିକ୍ଷା ଦେଇପାରୁ ନାହାନ୍ତି। ଯେଉଁଥିପାଇଁ ସେମାନେ ଅଧାରୁ ପାଠ ଛାଡ଼ୁଛନ୍ତି। ଏହାର ଆଉ ଏକ କାରଣ ହେଲା ଯେ ଗାଁ ନିକଟରେ କଲେଜ ନ ରହିବା। ମାଟ୍ରିକ୍‌ ପର୍ଯ୍ୟନ୍ତ ଗାଁ ନିକଟରେ ସ୍କୁଲ ଥିବାରୁ ପିଲାମାନେ ସେଠାରେ ଶିକ୍ଷା ଲାଭ କରିଥାନ୍ତି। ମାତ୍ର କଲେଜରେ ପଢ଼ିବା ଲାଗି ସେମାନଙ୍କୁ ୨୦ରୁ ୩୦ କିମି ପର୍ଯ୍ୟନ୍ତ ଦୂର ଯିବାକୁ ପଡ଼େ। ଏଥିପାଇଁ ସବୁ ଅଭିଭାବକ ପିଲାଙ୍କୁ ସାଇକେଲ୍‌ ଯୋଗାଇ ପାରିବାର କ୍ଷମତା ଥିବା ଆବଶ୍ୟକ। ନ ହେଲେ ପିଲା ପଢ଼ିବେ କେମିତି। ତା’ପରେ ଏବେ ଯେଉଁ ନାମଲେଖା ବ୍ୟବସ୍ଥା ଚାଲିଛି ସେଥିରେ ଘର ନିକଟ କଲେଜରେ ସିଟ୍‌ ମିଳିବ ବୋଲି କିଛି ମାନେ ନାହିଁ। ଯେଉଁଥିପାଇଁ ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ୁଥିବା ଆମେ କହିପାରିବା। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ସ୍ପେସାଲ୍‌ ଡ୍ରା‌ଇଭ୍‌ କରିବା ଦରକାର। ମାଟ୍ରିକ୍‌ ପରେ ଯେଉଁ ପିଲାମାନେ ଘରେ ରହୁଛନ୍ତି ସେମାନଙ୍କ ବୈଷୟିକ ତାଲିମ ଦେବାର ଆବଶ୍ୟକତା ରହିଛି।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.