ସର୍ଵଭାରତୀୟସ୍ତରରେ ଗଞ୍ଜାମ ର ଗାଙ୍ଗପୁର ଥାନା ଦ୍ୱିତୀୟସ୍ଥାନ

0 14

ବ୍ରହ୍ମପୁର :ସର୍ଵଭାରତୀୟସ୍ତରରେ ଭରତର ରାଜଧାନୀ ନୂଆଦିଲ୍ଲୀ ସ୍ଥ ସଦରଥାନା ପ୍ରଥମ ସ୍ଥାନରେ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜିଲ୍ଲା ଗଞ୍ଜାମ ର ଗାଙ୍ଗପୁର ଥାନା ଦ୍ୱିତୀୟସ୍ଥାନ ଅଧିକାର କରିଥିବାନେଇ ଭାରତ ସରକାର ଙ୍କ ଦ୍ୱାରା ପ୍ରଶଂସନୀୟ ହୋଇ ପଦକ ସମ୍ମାନରେ ପୁରସ୍କୃତ ହୋଇଥିବା ବିଷୟରେ ସମସ୍ତେ ଜ୍ଞାତ ଅଛନ୍ତି । ଏ ନେଇ ରାଜ୍ୟ ସରକାର ତଥା ଓଡିଶା ପୋଲିସ ମହାନିର୍ଦ୍ଦେଶକ ଖୁସିବ୍ୟକ୍ତ କରିଛନ୍ତି । ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅଧିକାରୀ ଏବଂ ଏସ୍.ଡ଼ି.ପି.ଓ. ଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତପ୍ରାପ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଗଞ୍ଜାମଏସପି ଙ୍କ ସମ୍ମିଳନୀ କକ୍ଷରେ ଶନିବାରଏକ ସ୍ୱତନ୍ତ୍ର ସମାରୋହର ଆୟୋଜନ ହୋଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ଅନୁମୋଦନ କ୍ରମେ ଗଞ୍ଜାମପୋଲିସ ଜିଲ୍ଲା ର ବହୁ ପ୍ରମୁଖପୋଲିସ ଅଧିକାରୀଙ୍କ ସମେଳନ ହୋଇଥିଲା । ଦକ୍ଷତାଭିତ୍ତିରେ ଗଞ୍ଜାମ ଜିଲ୍ଲାର ୧୪ ଜଣ ପୋଲିସ ପଦାଧିକାରୀ ଙ୍କ ସମେତ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ଏବଂ ଏସ୍.ଡ଼ି.ପି.ଓ. ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କୁ ଜିଲ୍ଲାସ୍ତରରୁ ସ୍ୱତନ୍ତ୍ର ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ସମ୍ବର୍ଦ୍ଧିତ କରିଛନ୍ତି ।
ଗଞ୍ଜାମପୋଲିସ ଜ଼ିଲ୍ଲାସ୍ଥ ( ଛତ୍ରପୁର ) ମୁଖ୍ୟାଳୟ ଏସପିଙ୍କ କାର୍ଯ୍ୟାଳୟ ସମିଳନୀ କକ୍ଷରେ ଏହି ଅବସରରେ ୧୪ ଜଣ ପୁଲିସ ଅଧିକାରୀ ଙ୍କ ମଧ୍ୟରୁ ୪ଜଣ ଇନିଷ୍ପେକ୍ଟର, ୫ଜଣଏସ.ଆଇ. , ୪ଜଣ କନେଷ୍ଟବଲ ଏବଂ ଆର୍ମର୍ଡ ପୋଲିସ ଫୋର୍ସ ର ସଞ୍ଜୟ କୁମାର ମଲ୍ଲିକ ସମ୍ବର୍ଦ୍ଧିତ ହୋଇଛନ୍ତି । ଡିଜିପି ଙ୍କ ପ୍ରଶଂସିତ କ୍ରମେ ସେମାନଙ୍କୁ ଜିଲ୍ଲା ଏସପି ସମ୍ବର୍ଦ୍ଧିତ କରିଥିଲେ l ସମସ୍ତ ପୋଲିସ ଅଧିକାରୀ ଗାଙ୍ଗପୁର ଥାନା ଭଳି ସୁନାମ ଆଣିବା ନିମନ୍ତେ ପ୍ରୟାସ ଜାରୀ ରଖି ଦେଶର ଯଶ ରଖିବାକୁ ଗଞ୍ଜାମ ଏସପି ଆହ୍ୱାନ କରିଥିଲେ । ସୂଚନା ଯୋଗ୍ୟ ଦେଶର ଉତ୍ତମ ଥାନା ରୂପେ ଦ୍ୱିତୀୟ ଗାଙ୍ଗପୁର ଥାନାକୁ ଗୃହମନ୍ତ୍ରାଳୟ ଘୋଷଣା କରିଥିଲା । ନିକଟରେ ଲକ୍ଷ୍ନୌ ଠାରେ ଗୃହମନ୍ତ୍ରୀ ଆଇଆଇସିଙ୍କୁ ଆୱାର୍ଡ ରୂପେ ଟ୍ରଫି ଏବଂ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.