ସହପାଠୀ ବଢ଼ାଇଲେ ସାହାଯ୍ୟର ହାତ

0 30

ଗତ ମେ ମାସରେ କରୋନା ର ଦେହାନ୍ତ ହୋଇଥିବା ଜଣେ ସାଙ୍ଗର ପରିବାରକୁ ସାହପାଠୀ ମାନେ ସହାୟତା ର ହାତ ବଢ଼ାଇ ନିଜର ସାମାଜିକ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । ସୂଚନା ଅନୁଯାଇ ଏହି ମୃତ ସାଙ୍ଗ ହେଉଛନ୍ତି ଚନ୍ଦ୍ରମଣି ଦାସ ,ସେ ବରୀ ବ୍ଲକ କୁଶବଟ ଗ୍ରାମର , ସ୍ତାନିୟ ନବଭାରତୀ ବିଦ୍ୟାଭବନ ସଙ୍କାରିଗଡା ରେ ୧୯୯୮ ମସିହାରେ ମ୍ୟାଟ୍ରିକ ବ୍ୟାଚ ଛାତ୍ର ଥିଲେ , ତାଙ୍କର ଅସମୟରେ ମୃତ୍ୟ ଖବର ପାଇ ସବୁ ବନ୍ଧୁ ମାନେ ମିୟମରାଣ ହୋଇ କିଛି ଅର୍ଥ ସଂଗ୍ରହ କରିଥିଲେ, ସୂଚନା ଅନୁଯାଇ ମୋଟ ୧୫୦୦୦ ସଂଗୃହିତ ଅର୍ଥ ରାଶିକୁ ଯାଜପୁର ର ସାମ୍ବାଦିକ ତଥା ଚନ୍ଦ୍ରମଣି ଙ୍କ ସାଂଗ ସୁରେଶ କର ଓ ସମାଜସେବୀ ମେଘନାଦ ଜେନା ତାଙ୍କ ଘରେ ପହଂଚି ତାଙ୍କ ବିଧବା ପତ୍ନୀ , ପୁଅ ଓ ଝିଅ ଙ୍କୁ ଏହି ରାଶି ପ୍ରଦାନ କରିଛନ୍ତି ।
ଏହି ଖବର ଜଣାପଡିବା ପରେ ନବଭାରତୀ ବିଦ୍ୟାଭବନ ପୁରାତନ ଛାତ୍ର ସଂଘ ସଭାପତି ଡାକ୍ତର କୈଳାଶ ଚନ୍ଦ୍ର ପତି ୧୯୯୮ମସିହା ର ଏହି ସଦସ୍ୟ ମାନଙ୍କ ଏତାଦୃଶ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି ।
ଅପରପକ୍ଷରେ ସରକାର ଏହି ପରିବାରକୁ ଆଉ ଅଧିକ ସହାୟତା ,ଓ ଚନ୍ଦ୍ରମଣି ଙ୍କ ପୁଅ ,ଝିଅ ଙ୍କୁ ପାଠ ପଢିବା ପାଇଁ ବ୍ୟବସ୍ଥା କରାଇବାକୁ ବ୍ୟାଚ ପକ୍ଷରୁ ନିବେଦନ କରାଯାଇଛି ।


ଏହି ସହଯୋଗ କାର୍ଯ୍ୟକୁ ବ୍ୟାଚ ର ସକ୍ରିୟ ସଦସ୍ୟ ସରୋଜ ସାହୁ ,ରାଜେଶ ସାହୁ , ଶ୍ରୀନିବାଶ ପାଣି , ମେଘନାଦ ଜେନା , ଲିକି କର , ପ୍ରମୋଦିନି ନାୟକ ଆଦି ପରିଚାଳନା କରୁଛନ୍ତି ।ଆଗାମୀ ଦିନରେ ଏହି କାର୍ୟ କୁ ତ୍ୱରାନ୍ୱିତ କରାଯିବ ବୋଲି ସମ୍ବାଦିଯ ଶ୍ରୀ ସୁରେଶ କର ଜଣାଇଛନ୍ତି ।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.