ସହୀଦ ସିତାରାମ ଙ୍କ ପରିବାର କୁ ସହାୟତା ରାଶି ପ୍ରଦାନ
ବହୁଚର୍ଚ୍ଚିତ ମହାନଦୀ ମୁଣ୍ଡୁଳି ବ୍ୟାରେଜ ଗଜରାଜ ଉଦ୍ଧାର ଡଙ୍ଗା ବୁଡି ଘଟଣା ରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମୁକ୍ତାଝରୀ ଗ୍ରାମର ଓଡ୍ରାଫ ସିପାହୀ ସହୀଦ ସିତାରାମ ମୁର୍ମୁ ଙ୍କ ପରିବାର କୁ ସହାୟତା ର ହାତ ବଢାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଯବାନ ସଂଘ ଭଞ୍ଜ ଋଷିକା ଫଉଜି କଳା । ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ପ୍ରାୟ ୬ ଟା ବେଳେ ସଂଘ ର ସଦସ୍ୟ ଅବସରପ୍ରାପ୍ତ ଯବାନ ସୁପାଇ ମୁର୍ମୁ,ସି ଆଇ ଏସ୍ ଏଫ୍ ସାମାୟ ହାଁସଦା,ସି ଆର ପି ଏଫ୍ ସୁନାରାମ ମୁର୍ମୁ,ଏସ୍ ଏସ୍ ବି ମଙ୍ଗଲ ମାଝୀ, ଯବାନ ନନ୍ଦଲାଲ ମୁର୍ମୁ, ଯବାନ ଲକ୍ଷ୍ମଣ ଟୁଡୁ ଏବଂ କୁଳିଅଣା ବ୍ଲକ କୁଆବୁଡା ଗ୍ରାମପଞ୍ଚାୟତ ର ସରପଞ୍ଚ ସିମାଲ୍ ମୁର୍ମୁ ଠାକୁରମୁଣ୍ଡା ରେ ଆସି ପହଞ୍ଚିଥିଲେ। ସ୍ଥାନୀୟ ନୂଆସାହି ର ଭୀମସେନ ଟୁଡୁ ଏବଂ ଗୋବରଯୋଡା ର ଘାସିରାମ ମାଝୀ ଙ୍କ ସହାୟତା ରେ ସେମାନେ ସହୀଦ ସିତାରାମ ଙ୍କ ଗ୍ରାମ ମୁକ୍ତାଝରୀ ରେ ପହଞ୍ଚିଥିଲେ। ପରିବାର ର ସହୀଦ ସିତାରାମ ଙ୍କ ସ୍ତ୍ରୀ ଦାନଗି ମୁର୍ମୁ, ପୁଅ ଆଲୋକ ମୁର୍ମୁ, ଝିଅ ରାନି ମୁର୍ମୁ, ବାପା ଆଲ୍ଲାଣ ମୁର୍ମୁ ଙ୍କୁ ଭେଟି ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିବା ସହ ସମବେଦନା ଜଣାଇଥିଲେ ।
ପରେ ସ୍ତ୍ରୀ ଦାନଗି ଙ୍କୁ ନଗଦ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହି ସମୟରେ ଠାକୁରମୁଣ୍ଡା ବ୍ଲକ ର ଉପାଧ୍ୟକ୍ଷା ଶୁଶ୍ରୀ ଯବାମଣୀ ଟୁଡୁ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ଵାସନା ଦେବା ସହ କିଛି ଅର୍ଥ ରାଶି ସ୍ତ୍ରୀ ଦାନଗି ମୁର୍ମୁ ଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ତ୍ରୀ ଦାନଗି କହିଥିଲେଯେ,ମୋ ଦୁଃଖ ଦୁର୍ଦ୍ଦଶା ଶୁଣି ଆପଣମାନେ ଆସି ମୋତେ ସହାୟତା କରୁଛନ୍ତି କିନ୍ତୁ ସରକାର କ’ଣ ପାଇଁ ଆଖି ବୁଜି ଦେଇଛନ୍ତି । ମୋ ସ୍ବାମୀ ସହୀଦ ହେବାର ଏତେ ଦିନ ପରେ ମଧ୍ୟ କାହିଁକି ମୋତେ ଅନୁକମ୍ପାମୂଳକ ସହାୟତା ମିଳି ନାହିଁ ବୋଲି ପ୍ରଶ୍ନ କରିଥିଲେ । ବ୍ଲକ ଉପାଧ୍ୟକ୍ଷା ତାଙ୍କ ପରିବାର କିପରି ସରକାର ଙ୍କ ଠାରୁ ସୁବିଧା ସୁଯୋଗ ପାଇବେ, ଅନୁକମ୍ପାମୂଳକ ସହାୟତା ରାଶି ପାଇପାରିବେ ସେହି ବିଷୟରେ ଉପସ୍ଥିତ ଯବାନ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଗ୍ରାମର ମୁଖିଆ ଭୀମ ମୁର୍ମୁ ଙ୍କ ସହିତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ମୟୁରଭଂଜ ଜିଲ୍ଲା ଇପିଏ ରୁମାନଗୋବିନ୍ଦ ପାଣିଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )