ସାହାଯ୍ୟ କରିବା ବାହାନାରେ ଏଟି ଏମ ରୁ ଲୁଟ l

0 8

ଲୋକଙ୍କୁ ସାହାଜ୍ୟ କରିବା ବାହାନାରେ ଏଟିମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ ।ଗିରଫ ଅଭଯୁକ୍ତ ହେଲେ ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର 44 ବର୍ଷିୟ ସୂର୍ଯ୍ୟନାରାୟଣ ବିଶ୍ବାଳ ।ଗତ କିଛି ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଓ ଉଲୁଣ୍ଡା ରୁ ଦୁଇ ଦୁଇଟି ଏଟିଏମ ଚୋରୀ ଘଟଣା ଅଭିଯୋଗ ହୋଇଥିବା ପୋଲିସ ପାଖରେ ।ଏହି ଦୁଇ ଏଟିଏମରୁ ଚୋର ନିରିହ ଲୋକଙ୍କୁ ସହଯୋଗ କରିବା ବାହାନାରେ ତାଙ୍କ ଏଟିଏମ କୁ ଚତୁରତାର ସହିତ ବଦଳାଇ ପାଖାପାଖି 45ହଜାର ଟଙ୍କା ଚୋରୀ କରିଥିଲା ।ଏହି ଲୋକଙ୍କ ଏକାଉଣ୍ଟରୁ ଟଙ୍କା ଚାଲିଯିବା ପରେ ଏମାନେ ଉଲୁଣ୍ଡା ଓ ସୋନପୁର ଥାନାରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି ପୋଲିସ ଏହି ଘଟଣାରେ ସଂପୃକ୍ତ ବ୍ଯକ୍ତିକୁ ଧରିବା ସହିତ 37ହଜାର ଟଙ୍କା ଓ ତିନୋଟି ଏଟିଏମ ଜବତ କରିଛି । ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତ ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.