ସିକ୍ୟୁରିଟି ଗାର୍ଡ ଫାଇନ ଟଙ୍କା ଦେବାକୁ ଅସମର୍ଥ ,ଫାଇନ ଭରି ସହାୟତା କଲେ ଦାୟିତ୍ୱରେ ଥିବା ଏସଆଇ

0 22

ରାଜ୍ୟରେ କୋଭିଡ ରୁ ସାଧାରଣ ଜନତା ଙ୍କୁ ରକ୍ଷା କରିବାକୁ ରାତ୍ର କର୍ଫ୍ୟୁ ଜାରି କରା ଯାଇଛି । ଅନ୍ୟପଟେ ପାର୍ବଣର ମାହୋଲ। ଜଗତଜନନୀ ମା’ଦୁର୍ଗା ବିଜେ କରିଛନ୍ତି। ଉତ୍ସବ ମୁଖର ସହର ଠୁ ପଲ୍ଲୀ। ରାତି ଆଠଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ କେବଳ ଜରୁରୀ କାମ ଥିଲେ ହିଁ ବାହାରକୁ ଯାଇ ପାରିବ । ତେବେ ଏହି ସମୟରେ ଯଦି ଆପଣ କୌଣସି କାମ ନଥିଲେ ବାହାରକୁ ଯିବେ, ତେବେ ପୋଲିସ ଫାଇନ ଆଦାୟ କରିବ, ଏପରି କଡା ନିୟମ ସରକାର କରିଛନ୍ତି । ଅନେକ ଅମାନିଆ ରହିଛନ୍ତି ସେମାନେ ଗାଇଡଲାଇନ ପାଳନ କରୁନାହାନ୍ତି ତ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ କାର୍ଯ୍ୟ ସାରି ଘରକୁ ଫେରୁ ଫେରୁ ଟିକେ ବିଳମ୍ୱ ହେଇଯାଉଛି। ଆଉ ସେମାନେ ଫାଇନର ସମ୍ମୁଖୀନ ହେଇଯାଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ।

ସବୁବେଳେ ଆପଣ ପୋଲିସ ବାବୁଙ୍କୁ ରାଗିବାର ଦେଖିଛେ। ତେବେ ଏଭଳି କିଛି ପୋଲିସ ବାବୁ ଅଛନ୍ତି ଯାହାଙ୍କ ବଦାନ୍ୟତା ଦେଖିବାକୁ ମିଳିଛି । ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ରହିଛି। କର୍ଫ୍ୟୁରେ ପୋଲିସ ବାବୁଙ୍କ ବଦାନ୍ୟତା ଦେଖିବାକୁ ମିଳିଥିଲା । ଡ୍ୟୁଟି ସମୟରେ ଜଣେ ସିକ୍ୟୁରିଟି ଗାର୍ଡ ଫେରିବା ସମୟରେ ରୂପାଲି ଛକରେ ତାଙ୍କୁ କୁଆଡେ ଯାଉଛ ବୋଲି ପଚାରିଥିଲେ କାର୍ଯ୍ୟରତ ଏସ ଆଇ ଦୁର୍ଗେସ ନାୟକ । ଆବଶ୍ୟକ ପ୍ରମାଣ ପତ୍ର ନଦେଖେଇ ପାରିବାରୁ ସରକାରୀ ନିୟମ ଅନୁଯାୟୀ ତାଙ୍କ ଠାରୁ ଏକ ଶହ ଟଙ୍କା ଫାଇନ ଆଦାୟ କରାଯାଇଥିଲା । କିନ୍ତୁ ସେ ସିକ୍ୟୁରିଟି ଗାର୍ଡ ପାଖରେ କୌଣସି ଟଙ୍କା ନଥିଲା , ସେ କେମିତି ଫାଇନ ଭରିବେ ଆଉ ଘରକୁ ଯିବେ ବୋଲି ପ୍ରଶ୍ନ କରିଥିଲେ ।

ଟଙ୍କା ନଥିଲେ ଆଗକୁ ଯାଇପାରିବିନି କହି ନେହୁରା ମଧ୍ୟ ହୋଇଥିଲେ । ପୋଲିସ ବାବୁ ଜଣଙ୍କ ଫାଇନ କାଟିସାରିଥିଲେ। ପୋଲିସ ବାବୁ ନିଜ ବଦାନ୍ୟତା ଦେଖାଇ ନିଜ ହାତରୁ ଏକ ଶହ ଟଙ୍କା ଦେଇଥିଲେ ଓ ତାଙ୍କୁ କର୍ଫ୍ୟୁରେ ନବାହାରିବା ପାଇଁ କହିଥିଲେ । ଯଦି ବାହାରୁଛନ୍ତି ତେବେ ଆବଶ୍ୟକୀୟ ପ୍ରମାଣ ପତ୍ର ନେଇ ଯିବାକୁ କହିଥିଲେ । ତେବେ ଏଥିରୁ ଗୋଟେ ବାରି ହେଉଛି ରାଜ୍ୟରେ ଏଭଳି କିଛି ପୋଲିସ ଅଛନ୍ତି, ଯିଏ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଓ ମଧୁ ସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.