ସିନିୟର ଫେଲୋସିପ ପାଇଁ ମନୋନୀତ

0 12

ପଦ୍ମପୁର : ବୋଡାସମ୍ବର ମାଟି ର ଜନ୍ମିତ ଲୋକ ସଙ୍ଗୀତଜ୍ଞ ଦିଗଦର୍ଶକ ନୃତ୍ୟ ଗୁରୁ ଶ୍ରୀମାନ ରମେଶ ଗୁର୍ଲା ପଶ୍ଚିମାଞ୍ଚଳ ର ଗର୍ବ ଓ ଗୌରବ କହିଲେ ଅତ୍ୟୁକ୍ତି ହେବ ନାହିଁ lଭାରତ ସରକାର ଙ୍କ ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀ ପକ୍ଷରୁ ୨୦୧୯-୨୦ ବର୍ଷ ପାଇଁ ଶ୍ରୀମାନ ଗୁର୍ଲା ଙ୍କୁ ଫେଲୋସିପ ଯୋଗ୍ୟ ବିବେଚିତ ଭାବେ ମନୋନୀତ କରିଛନ୍ତି lପଶ୍ଚିମଓଡିଶା ର ପ୍ରଚଳିତ ଗଣ୍ଡାବଜା ଏବଂ ଏଥିରେ ଲିପ୍ତ ଥିବା କଳାକାର ମାନଙ୍କୁ ନେଇ ପ୍ରସ୍ତୁତ ସନ୍ଦର୍ଭ ଉପରେ ଦିର୍ଘ ଦିନ ହେଲା କଳା ଓ କଳାକାର ମାନଙ୍କ ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ଗଣ୍ଡା ବଜା କୁ ବିଶ୍ଵ ସ୍ତରରେ ପରିଚିତ କରିବା ର ସ୍ୱପ୍ନ ଆଜି ସଫଳ ହୋଇଛି l ଦୁଇବର୍ଷ ପାଇଁ ଏ ଦିଗରେ ଗବେଷଣା କରିବାକୁ ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀ, ଭାରତ ସରକାର ତାଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି lତାଙ୍କ ଏଇ ସଫଳତା ହାସଲ ପାଇଁ ଅନେକ ସ୍ଥାନରୁ ଶୁଭେଚ୍ଛା ର ସୁଅ ଛୁଟୁଛି l

ପଦ୍ମପୁର ଇପିଏ ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.