ସିପିଆଇ(ଏମ )ର ପଞ୍ଚଦଶ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଯାପିତ

0 13

ଅକଟୋବର 27ଏବଂ 28ତାରିଖ ଦୁଇ ଦିନ ଧରି ଚାଲିଥୀବା ସିପିଆଇ (ଏମ )ର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ବ୍ରbହ୍ମପୁର ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଉଦଯାପିତ ହୋଇଛି. ସମ୍ମିଳନୀ ରେ ଗଞ୍ଜାମ ଜିଲ୍ଲାର ବିକାଶ, ଆକାଶଛୁଆଁ ଦରବୃଦ୍ଧିର ସ୍ଥାୟୀ ପ୍ରତିକାର, ବେକାରୀ ଙ୍କୁ କର୍ମ ନିଯୁକ୍ତି, କଳା କୃଷି ଆଇନ ବାତିଲ କର, ଭୂମି ହିନଙ୍କୁ ଜମି, ବାସହୀନଙ୍କୁ ଘରଡ଼ିହ ଓ ପଟ୍ଟା, ଜଙ୍ଗଲ ଜମି ର ଅଧିକାର, ମନରେଗା ଯୋଜନାରେ ବର୍ଷକୁ 200ଦିନ କାମ ଏବଂ ସର୍ବନିମ୍ନ ଦୈନିକ ମଜୁରୀ 600ଟଙ୍କା ଦିଅ ପ୍ରଭୃତି ପ୍ରସ୍ତାବ ମାନ ଗୃହୀତ ହୋଇଥିଲା. ସମ୍ପାଦକ ଙ୍କ ଦ୍ୱାରା ରାଜନୈତିକ ଓ ସାଙ୍ଗଠନିକ ଚିଠା ରିପୋର୍ଟ ଆଗତ କରାଯାଇଥିଲା.ଜିଲ୍ଲାର ବିଭିନ୍ନ ଅଂଚଳ ରୁ ପ୍ରାୟ ଶତାଧିକ ମହିଳା ଏବଂ ପୁରୁଷ ପ୍ରତିନିଧି ସମ୍ମିଳନୀ ରେ ଯୋଗ ଦେଇ ଥିଲେ. ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ଏକ 17 ଜଣିଆ ନୂତନ ଜିଲ୍ଲା କମିଟି ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା. ଜିଲ୍ଲା ସମ୍ପାଦକ ଭାବେ ଯୁଧିଷ୍ଠିର ବେହେରା ନିର୍ବାଚିତ ହୋଇଥିଲେ. ଅନ୍ୟମାନଙ୍କ ମଧ୍ୟରେ କୈଳାସ ଷଡ଼ଙ୍ଗୀ, ବସନ୍ତ ନନ୍ଦ, ପି. ହରିକୃଷ୍ଣ ରେଡ୍ଡୀ, ବିଦ୍ୟାଧର ଜେନା, ରାମଚନ୍ଦ୍ର ନାୟକ, ଦିଲ୍ଲୀପ ଛୋଟରାୟ, ଖଲି ସ୍ୱାଇଁ, ରଂଜୁବାଳା ସାହୁ, ସତ୍ୟ ମଣ୍ଡଳ, ନୀଳମଣି ଗୁରୁ, ବିଜୟ ବିଶୋଇ, ବିଭୁ ପ୍ରସାଦ ପାଣିଗ୍ରାହୀ, କୂରେସୁ ପଣ୍ଡା, ଅଜୟ ଗୌଡ଼, ବିଷ୍ଣୁ ପ୍ରୀୟା ସାହୁ, ଶିବପ୍ରସାଦ ମହାପାତ୍ର ପ୍ରମୁଖ ଜିଲ୍ଲା କମିଟି କୁ ନିର୍ବାଚିତ ହୋଇଛନ୍ତି. ଦଳର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର ସମ୍ମିଳନୀ ର ଉଦଯାପନୀ ଭାଷଣ ଦେଇ ସମ୍ମିଳନୀ ର ବାର୍ତା କୁ ଲୋକଙ୍କ ପାଖରେ ପହଂଚାଇବା ଏବଂ ଲୋକଙ୍କଜୀବନ ଜୀବିକା ର ସମସ୍ୟା କୁ ନେଇ ଆନ୍ଦୋଳନ ଗଢ଼ି ତୋଳିବା ଉପରେ ଗୁରୁତ୍ୱାରୋପ କରଥିଲେ. ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ପାର୍ଟି କୁ ଏକ ଶକ୍ତିଶାଳୀ କମ୍ୟୁନିଷ୍ଟ ପାର୍ଟି ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ. ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ରାଜ୍ୟ କେନ୍ଦ୍ରରୁ ପର୍ଯ୍ୟବେକ୍ଷକ ଭାବେ ସମ୍ମିଳନୀ ରେ ଯୋଗଦେଇଥିଲେ. ନଭେମ୍ବର 3 ଦରବୃଦ୍ଧି ବିରୁଦ୍ଧରେ ପାର୍ଟି ପକ୍ଷରୁ ଦେଶ ବ୍ୟାପି ପ୍ରତିବାଦ ଆନ୍ଦୋଳନ ଗଢ଼ି ତୋଳିବା କୁ ଆହ୍ୱାନ ଦିଆଯାଇଛି. ଗଞ୍ଜାମ ଜିଲ୍ଲା ବ୍ୟାପି ଏ ଆନ୍ଦୋଳନ କୁ ବ୍ୟାପକ ଭାବେ ପ୍ରସ୍ତୁତି କରିବାକୁ ଘୋଷଣା କରାଯାଇଛି.

ଗଂଜାମ ଜିଲ୍ଲା ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.