ସିପିଆଇ(ଏମ )ର ପଞ୍ଚଦଶ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଉଦଘାଟିତ

0 37

ସିପିଆଇ(ଏମ )ର ପଞ୍ଚଦଶ ଜିଲ୍ଲା ସମ୍ମିଳନୀ ଅର୍ଥାତ ୨୭ ଅକଟୋବର ଦିବା ୧୧ ଘଣ୍ଟା ବେଳେ ବ୍ରହ୍ମପୁର ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ମହାସମାରୋହ ଓ ଉଦ୍ଦୀପନା ମଧ୍ୟ ଦେଇ ଉଦଘାଟିତ ହୋଇଯାଇଛି.
ସମ୍ମିଳନୀ ପ୍ରାରମ୍ଭରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ଏବଂ ପରେ ସହୀଦ ବେଦିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା.
ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେଦଳର ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ ଉଦଘାଟନ କରି ଦେଶ ତଥା ରାଜ୍ୟ ର ସାମ୍ପ୍ରତିକ ରାଜନୈତିକ, ଆର୍ଥିକ ପରିସ୍ଥିତି ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ. ସେ କହିଥିଲେ ଯେ, ବିଜେପି ସରକାର ର କୃଷକ ତଥା ଜନ ବିରୋଧୀ ନୀତି କୁ ତୀବ୍ର ସମାଲୋଚନା କରି ଥିଲେ. କେନ୍ଦ୍ର ସରକାରର ପେଟ୍ରୋଲିଅମ ଜାତ ପଦାର୍ଥ ସମେତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ର ଆକାଶ ଛୁଆଁ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ସେ ଅଭିଯୋଗ କରିଥିଲେ. ସରକାର ସମସ୍ତଙ୍କୁ ମାଗଣା ରେ କରୋନା ଟୀକା ଦେବାରେ ସମ୍ପୂର୍ଣ ବ୍ୟର୍ଥ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ. ଏଣୁ ଆଗାମୀ ଦିନରେ ଜନସାଧାରଣ ଙ୍କ ଜୀବନ ଜୀବିକା ର ସୁରକ୍ଷା ପାଈଁ, ଦରବୃଦ୍ଧି, ବେକାରୀ, ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଏବଂ ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ଜନ ଆନ୍ଦୋଳନ ଗଢ଼ି ତୋଳି ବାକୁ ସେ ଆହ୍ୱାନ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, କୈଳାସ ଷଡ଼ଙ୍ଗୀ, ରାମଚନ୍ଦ୍ର ନାୟକ, ବିଦ୍ୟାଧର ଜେନା, ପି ହରିକୃଷ୍ଣ ରେଡ଼ି, ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ଦିଲ୍ଲୀପ ଛୋଟରାୟ, ଉର୍ମିଳା ଜେନା, ସତ୍ୟ ମଣ୍ଡଳ, ଵାପିନୀ ନାୟକପ୍ରମୁଖ ମଂଚାସୀନ ଥିଲେ ଏବଂ ସିପି ଆଇ ର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ସମ୍ମିଳନୀ କୁ ଶୁଭେଚ୍ଛା ଜଣାଇ ବକ୍ତବ୍ୟ ଦେଇଥିଲେ. ପାର୍ଟି ର ବୟୋଜ୍ୟେଷ୍ଟ ନେତା ରାମପ୍ରସାଦ ମହାରଣା ଏବଂ ସୁଦର୍ଶନ ଭୂୟାଁ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା.

ବ୍ରହ୍ମପୁର ଇପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.