ସିଭିଲ୍ ଜଜ୍ କୋର୍ଟ ତଥା ଜେ ଏମ୍ ଏଫ୍ ସି ଉଦଘାଟିତ

0 5

ମୟୂରଭଞ୍ଜ ଜିଲ୍ଲା ପାଞ୍ଚପୀଢ ଉପଖଣ୍ଡ ଠାକୁରମୁଣ୍ଡା ବ୍ଲକ ପରିସରରେ ରେ ବୁଧବାର ନୂତନ ଭାବରେ ଏକ ସିଭିଲ ଜଜ୍ କୋର୍ଟ ତଥା ଜେ.ଏମ୍.ଏଫ୍.ସି ଉଦଘାଟିତ ହୋଇଯାଇଛି । ମାନ୍ୟବର ଓଡ଼ିଶା ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଡଃ ମୂରଲୀଧରନ ତଥା ଓଡ଼ିଶା ହାଇକୋର୍ଟର ମାନ୍ୟବର ଜଜ୍ ଜଷ୍ଟିସ ଏସ୍.ପୂଜାହାରୀ ଚଳଚ୍ଚିତ୍ର ପ୍ରଦର୍ଶନୀ ମାଧ୍ୟମରେ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ କରଞ୍ଜିଆ ଏସ ଡି ଜି ଏମ ସୁଶିଲ କୁମାର ରାଉତ ଓ ପ୍ରଥମ ଜଜ୍ ଭାବରେ ବନଜା ମହାନ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କରଞ୍ଜିଆ ଵାର୍ ଆସୋସିଏସନ୍ ର ସଭାପତି ଦୀପକ୍ କୁମାର ଦାସ ଅଧିକାରୀ, ସମ୍ପାଦକ ସଞ୍ଜୟ କୁମାର ମିଶ୍ର , ବାରିପଦାରୁ ଜିଲ୍ଲା ଵାର୍ ଆସୋସିଏସନ୍ ର ସଦସ୍ୟ ଆଡଭୋକେଟ୍ ରାଜକିଶୋର ମହାନ୍ତ,ଆଡଭୋକେଟ୍ ଦିବ୍ୟ ରଞ୍ଜନ ସାହୁ, ଠାକୁରମୁଣ୍ଡାର ଆଡଭୋକେଟ୍ କଳ୍ପନା ନାୟକ,ଅଜୟ ଦାସ୍, ବିକ୍ରମ ଦତ୍ତ ସମେତ ସମସ୍ତ ଓକିଲ ଓ ସହଯୋଗୀ ଉପସ୍ଥିତ ଥିଲେ ।

କରଞ୍ଜିଆ କୋର୍ଟ ରୁ ଠାକୁରମୁଣ୍ଡା ର ୩୪୯୫ ଟି ସିଭିଲ ଓ ଅପରାଧିକ ମାମଲା ଏଠାରେ ବିଚାର ହେବାପାଇଁ ସମସ୍ତ ନଥି ଅଣାଯାଇଛି ।
ଏହାଦ୍ବାରା କରଞ୍ଜିଆରୁ ସୁଦୂର ପ୍ରାୟ ୭୦ କି.ମି ଦୂରରୁ ମହୁଲଡିହା ଥାନାର ଓ ପ୍ରାୟ ୫୦ କି.ମି ଦୂର ଠାକୁରମୁଣ୍ଡା ଥାନାରୁ ଜନସାଧାରଣଙ୍କ ଦୀର୍ଘ ପଥ ଯାଇ କୋର୍ଟ ରେ ହାଜର ହେବା ଅସୁବିଧା ଦୂର ହୋଇଛି । ଏହାକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଉଥିବାର ପରିଲକ୍ଷିତ ହେଉଛି।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.