ସିରିଜ୍ ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ

0 5

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରିର ନାଥପୁରରେ ସିରିଜ୍ ବୋମାମାଡ଼ ପରେ ଗାଁଟି ପୁରୁଷଶୂନ୍ୟ ହୋଇଯାଇଛି। ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଏସପି କନଓ୍ୱର ବିଶାଲ ସିଂ କହିଛନ୍ତି, ସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଅତିରିକ୍ତ ଏସ୍‌ପି ସେଠାରେ ରହି ନିଜେ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଗଣ୍ଡଗୋଳରେ ସଂପୃକ୍ତି ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଆଜି ଡଗ୍ ସ୍କ୍ୱାଡ୍ ଦ୍ୱାରା ନାଥପୁର ଗାଁରେ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ୩୬ଟି ଅଫୁଟା ବୋମା ମିଳିଥିଲା। ବୋମା ମାଡରେ ଘର ପୋଡ଼ି ଯାଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବୋମାମାଡ଼ରେ ଚାଳଘର ଜଳି ଯାଇଛି
ସୂଚନାଯୋଗ୍ୟ, ସରକାରୀ ଜମି ଜବରଦଖଲ ବିବାଦକୁ ନେଇ ଗତକାଲି ବୋମା ମାଡ଼ରେ ଥରିଉଠିଥିଲା ନାଥପୁର ଗାଁ। ବୋମା ମାଡ଼ରେ ୨୦ରୁ ଅଧିକ ଘର ଜଳି ଯାଇଥିଲା। ସାତପଡ଼ା ନାଥପୁର ଗାଁରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା। ୩୫ ମୌଜାର ଜମିକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗରେ ଏନେଇ ୩୫ ମୌଜାର ଲୋକେ ବୈଠକ ଡାକିଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଉକ୍ତ ବୈଠକକୁ ଆସି ନଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଏହା ଭୟଙ୍କର ରୂପ ନେବା ସହ ବସ୍ତି ଉପରେ ଗୋଟିଏ ପକ୍ଷ ବୋମାମାଡ଼ କରିଥିଲେ। ଫଳରେ ବସ୍ତିରେ ଥିବା ଚାଳ ଘର ସବୁ ଜଳି ଯାଇଥିଲା। ଏହି ବୈଠକରେ ଯୋଗ ଦେଇଥିବା କିଛି ଲୋକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଇପିଏ ରୁ ବିରଂଚି ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.