ସୁବର୍ଣ୍ଣପୁର : ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ପ୍ରୟୋଗଶାଳା ଭାବେ ପରିଚିତ ସୁବର୍ଣ୍ଣପୁରେ କରୋନା କଟକଣା ଭିତରେ ଜଗତଜନନୀ ଦେବୀ ଦୁର୍ଗାଙ୍କୁ ଆବାହନ କରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ଆରମ୍ଭ ହୋଇଯାଇଛି ମାଁ ଦୁର୍ଗାଙ୍କ ପୂଜା ।ଗତ ଆଶ୍ବିନ ଅମାବାସ୍ୟା ଠାରୁ ସମସ୍ତ ଅଷ୍ଟଚଣ୍ଡୀଙ୍କ ପୀଠମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏବେ ମାଁ ଦୁର୍ଗାଙ୍କୁ ବିଭିନ୍ନ ପୀଠମାନଙ୍କରେ ପୂଜାର୍ଚ୍ଚନା ଯୋଗୁଁ ସହରରେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି ।। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସୀମିତ ଭକ୍ତରେ ଦୁର୍ଗାପୂଜା କରାଯାଉଛି ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଥିବା ଗାଇଡଲାଇନ କୁ ପାଳନ କରି ଏହି ପୂଜାମଣ୍ଡପ ଗୁଡିକରେ ମାଁଙ୍କ ପୂଜାର୍ଚ୍ଚନା କରାଯାଉଛି ।
ସୁବର୍ଣ୍ଣପୁର ଇପିଏ ରୁଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )