ସୁବର୍ଣ୍ଣପୁର ଇଣ୍ଡୋର ଷ୍ଟାଡିଅମ ଠାରେ ରାଜ୍ୟ ସ୍ତରୀୟ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ପ୍ରସ୍ତୁତି ପାଈଁ ସାମ୍ବାଦିକ ସମ୍ମିଳନୀ

0 4

ସୁବର୍ଣ୍ଣପୁର ଇଣ୍ଡୋର ଷ୍ଟାଡିଅମ ଠାରେ ଜ଼ିଲ୍ଲା ବ୍ୟାଡ଼ ମିଣ୍ଟନ ଏସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ପାଈଁ ଏକ ପ୍ରସ୍ତୁତି ବୈଠକ ସହିତ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା l ଆସନ୍ତା୨ ତାରିଖ ରୁ ୪ ତାରିଖ ଯାଏ ଏହି ଇଣ୍ଡୋର ଷ୍ଟାଡିଅମ ଠାରେ ରାଜ୍ୟ ସ୍ତରୀୟ ବେଡ଼ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ରାଜ୍ୟ ଓ ଜ଼ିଲ୍ଲା ବେଡ଼ ମିଣ୍ଟନ ସଂଘ ର ମିଳିତ ଆୟୋଜନ ରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତା ରେ 5 ଟି ବିଭାଗ ରେ ଖେଳ ହେବ l ସମୁଦାୟ ୧୦୦ ଜଣ ଖେଳାଳି ଏଠାରେ ଅଂଶ ଗ୍ରହଣ କରିବେ ବୋଲି ସଂଘ ସମ୍ପାଦକ ପ୍ରଦୀପ ମହାନ୍ତି ସୂଚନା ଦେଇଥିବା ବେଳେ ଏହି ପ୍ରେସ ମିଟ ରେ ସଂଘ ଉପଦେଷ୍ଟା ସୁବର୍ଣ୍ଣପୁର ଏଡିଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ, ସିଏ ସତେନ୍ଦ୍ରପାଢ଼ୀ, ସଂଘ ସଭାପତି ଚକ୍ରାୟୁଧ ନାଏକ, କାର୍ଯ୍ୟକାରୀ ସଭାପତି ବିଶ୍ୱ ରଞ୍ଜନ ଦଳାଇ, ଉପ ସଭାପତି ଜୟ କୃଷ୍ଣ ସାହା, ସହ ସମ୍ପାଦକ ଭକ୍ତି ରଞ୍ଜନ ଦଳାଇ, କୋଷାଧକ୍ଷ ଅଶ୍ୱିନୀ ମେହେର ଯୋଗ ଦେଇଥିଲେ l କାର୍ଯ୍ୟକାରିଣୀ ସଦସ୍ୟ ଲଷ୍ମୀ ନାରାୟଣ ବେହେରା, ବିଦ୍ୟାଧର ମିଶ୍ର, ଜୟନାରାୟଣ ମେଣ୍ଡଳୀ, ମନୋରଞ୍ଜନ ମିଶ୍ର, ପ୍ରକାଶ ମେହେର ପ୍ରମୁଖ ଯୋଗ ଦେଇ ଆୟୋଜନ ଉପରେ ସୁ ଚିନ୍ତିତ ମତାମତ ରଖିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.